ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ

ପୁନରୁଦ୍ଧାର ପାଇଁ ଦାବି ଜଣାଇଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ଭୁବନେଶ୍ୱର, ୦୧/୦୯/୨୦୨୫ (ଓଡ଼ିଶା ସମାଚାର)- ମହାନ ସ୍ୱାଧୀନତା ସଂଗ୍ରାମୀ, ବାଙ୍କୀର ବରପୁତ୍ର, ସାମ୍ବାଦିକ ଜଗତ ର ଉଜ୍ବଳ ଜ୍ୟୋତିଷ୍କ, ସାହିତ୍ୟିକ ଉତ୍କଳ ସମ୍ମିଳନୀର ଆଦ୍ୟସ୍ରଷ୍ଟା, ଉତ୍କଳର ଗର୍ବ ଓ ଗୌରବ ବହୁମୁଖୀ ପ୍ରତିଭାଦୀପ୍ତ ନୀଳମଣି ବିଦ୍ୟାରତ୍ନଙ୍କ ସତୀଚଉରା ଠାରେ ଥିବା ସମାଧି ପୀଠ ପରିତ୍ୟକ୍ତ, ଜରାଜୀର୍ଣ୍ଣ ଅବସ୍ଥାରେ ଦୀର୍ଘ ୨୫ ବର୍ଷଧରି ପଡ଼ିରହିଛି ।

୧୯୯୯ ମହାବାତ୍ୟା ପରେ ତାଙ୍କ ସମାଧି ଭଗ୍ନ ଅବସ୍ଥାରେ ରହିଛି । ଏହି ପରିପ୍ରେକ୍ଷୀରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ଶିକ୍ଷାବିତ ସୁନୀଲ କୁମାର ମିଶ୍ର, ପ୍ରବଚକ କୃଷ୍ଣ କେଶବ ଷଡ଼ଙ୍ଗୀ, ରବୀନ୍ଦ୍ର କୁମାର ରଣା ପ୍ରମୁଖ ସମାଧି ସ୍ଥଳ ଯାଇ ସ୍ଥିତି କୁ ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କ ରେ ଗତବର୍ଷ ୨୦୨୪ ମେ ମାସରେ ସରକାରଙ୍କୁ ଅବଗତ କରାଇବା ସହିତ ବିଭିନ୍ନ ମୁଦ୍ରିତ ଗଣମାଧ୍ୟମ ରେ ପୁନଃରୁଦ୍ଧାର ନେଇ ଖବର ପ୍ରକାଶିତ ହେଇ ଥିଲା ।

୨୨ ନମ୍ବର ରେ ଥିବା ତାଙ୍କ ସମାଧି ଘୋର ପରିତ୍ୟକ୍ତ ରେ ପଡ଼ିରହିଛି । ମାତ୍ର ଏ ପର୍ୟ୍ୟନ୍ତ ସୁରକ୍ଷିତ ସମାଧି ନିର୍ମିତ ହୋଇପାରିଲା ନାହିଁ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ କ୍ରାନ୍ତି କୁମାର ସକ୍ସେନା, ଓଡିଶା ନାଗରିକ ମହାମଞ୍ଚ ଉପ ସଭାପତି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ସଂଯୋଜକ ନାରାୟଣ ଓଝା ଅତିଶୀଘ୍ର ସରକାର, ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି କରିଛନ୍ତି । କେବଳ ମହାପୁରୁଷ ଙ୍କ ଆବିର୍ଭାବ ଓ ତିରୋଧାନ ରେ ପୁଷ୍ପମାଲ୍ୟ ଅର୍ପଣ ସରକାର ନ କରି ବରପୁତ୍ର ଙ୍କ ସମାଧି ଓ ପ୍ରତିମୂର୍ତ୍ତି ସୁରକ୍ଷା ପ୍ରତି ଯତ୍ନ ନିଅନ୍ତୁ ବୋଲି ଅଭିଯାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା । ସରକାର ଶୀଘ୍ର ସମାଧିପୀଠ ର ପୁନଃରୁଦ୍ଧାର, ସୁରକ୍ଷା କରନ୍ତୁ ବୋଲି ସାଧାରଣ ରେ ମଧ୍ୟ ଜୋର ଦାବି ଧରିଛି ।

Leave a Reply

Your email address will not be published. Required fields are marked *