କଟକ ସଦର,୦୧/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନୂଆପଡ଼ାରେ ଥିବା ଉତ୍କଳ ଵାଳାଶ୍ରମର ୭୦ ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ଗତକାଲି ରବିବାର ସଂଧ୍ୟାରେ ଗଣେଶ ପୂଜା ମଣ୍ଡପ ଓ ମିନା ବଜାର ବୁଲାଇ ସେମାନଙ୍କ ମୁହଁରେ ହସ ଫୁଟାଇ ଛନ୍ତି ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ।
ଏଥିସହିତ ପିଲାଙ୍କୁ ବିଭିନ୍ନ ଚଟପଟି, ଆଇସକ୍ରିମ ଖୁଆଇବା ସହିତ ବିଭିନ୍ନ ଦୋଳି ର ମଜା ଦେଇଛନ୍ତି। ଏହା ପୂର୍ବରୁ ସମାଜସେବୀ ପ୍ରଫେସର ନାୟକ ଏହି ପିଲାମାନଙ୍କୁ ବାଲିଯାତ୍ରା ବୁଲାଇ ଥିବା ମଧ୍ୟ ନଜିର ରହିଛି। ପ୍ରଫେସର ନାୟକ ଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଭୁୟସୀ ପ୍ରଶଂସା ମିଳୁଥିବା ଜଣାପଡିଛି।
