ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ

ଜଗତସିଂହପୁର, ୧୮/୧୧/୨୦୨୩ (ଓଡ଼ିଶା ସମାଚାର)- 70 ତମ  ସର୍ବଭାରତୀୟ ସମବାୟ ସପ୍ତାହ 2023 ନଭେମ୍ବର 14 ରୁ 20 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ଅବସରରେ ଜିଲ୍ଲା ସ୍ତରୀୟ ସମବାୟ  ମହୋତ୍ସବ ସ୍ଥାନୀୟ ସଂସ୍କୃତି ଭବନ ଠାରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲିକୁଦା- ଏରସମା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଶ୍ରୀ ରଘୁନନ୍ଦନ ଦାସ ଗତ ୨୪ ବର୍ଷ ମଧ୍ୟରେ ସମବାୟ କିପରି ଲୋକମାନଙ୍କ ନିକଟତର ହୋଇପାରିଛି ଓ  ଲୋକଙ୍କୁ ସ୍ୱାବଲମ୍ବୀ କରିପାରିଛି ବୋଲି କହିଥିଲେ।  ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ ରେ କ୍ଷୁଦ୍ର ତଥା ଦୀର୍ଘ ମିଆଦି ଋଣ,କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କ ପାଇଁ ଋଣ ସୁବିଧା କରି ମା’ ଭଉଣୀ ମାନଙ୍କୁ ସ୍ବାବଲମ୍ବୀ କରିପାରିଛି।ସରକାର ଙ୍କ ଅଭିନବ ପ୍ରକ୍ରିୟା ରେ ପ୍ରତ୍ୟେକ ପଞ୍ଚାୟତ ରେ ସମବାୟ ସମିତି କର୍ଯ୍ୟକାରୀ ହେବ ଓ ସମସ୍ତଙ୍କ ସହଯୋଗରେ ଜିଲ୍ଲା ର ସବୁ ଚାଷୀ ମାନଙ୍କର ମଙ୍ଗଳ ସାଧନ ଦିଗରେ ତତ୍ପର ହୋଇପାରିବ ବୋଲି ଶ୍ରୀ ଦାସ କହିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ ସରକାର ଙ୍କ ତରଫରୁ ପ୍ରତ୍ୟେକ ପଞ୍ଚାୟତ ରେ ଗୋଟିଏ ଗୋଟିଏ ସମବାୟ ସମିତି ଗଠନ କରି କୃଷକ ମାନଙ୍କ ର  ଉନ୍ନତି ଦିଗରେ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଚିନ୍ମୟୀ ବିଶ୍ଵାଳ ସମସ୍ତଙ୍କର ସହଯୋଗ ରେ ଜିଲ୍ଲା ରେ କୃଷି ଓ କୃଷକ ର ସର୍ବାଙ୍ଗୀନ ଉନ୍ନତି କରିବାପାଇଁ ଆହ୍ଵାନ ଦେଇଥିଲେ। ଚାଷୀମାନଙ୍କୁ ଋଣ ଯୋଗାଇବା ସହ ଋଣର ପରିଶୋଧ ଏବଂ ଠିକ୍ ସମୟରେ ପରିଶୋଧ କରୁଥିବା ଚାଷୀ ମାନଙ୍କୁ 5 ପ୍ରତିଶତ ସୁଧ ରିହାତି ଭଲି ବ୍ୟବସ୍ଥା କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ। ସମ୍ମାନିତ ଅତିଥିଭାବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ନିର୍ଦ୍ଦେଶକ ଶ୍ରୀ କୈଳାଶ ଚନ୍ଦ୍ର ପାଲ୍ ସରକାର ଙ୍କ ଯୋଜନା କୁ ଲୋକ ଙ୍କ ପାଖରେ ପହଞ୍ଚାଇ ଆଗାମୀ ଦିନପାଇଁ ବିକାଶ ର ପନ୍ଥା ଖୋଲିବା ସହ ଚାଷୀ ମାନଙ୍କ ଉନ୍ନତି ରେ ଦେଶ ତଥା ରାଜ୍ୟ ର ଉନ୍ନତି ହେବ ବୋଲି କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଶ୍ରୀ ପ୍ରଭାତ କୁମାର କାନୁନଗୋ,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ମହାପାତ୍ର,  କଟକ କେନ୍ଦ୍ର ସମବାୟ  ବ୍ୟାଙ୍କ ର ଉପସଭାନେତ୍ରୀ ଶ୍ରୀମତୀ ଆରତୀମହାନ୍ତି, ପ୍ରମୁଖ ଜିଲ୍ଲା ରେ କୃଷି ଓ କୃଷକଙ୍କ ନୂତନ ପ୍ରତିଛବି ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ବଦ୍ଧ ହେବାପାଇଁ କହିଥିଲେ।ଶ୍ରୀ ସନ୍ତୋଷ କୁମାର ମଲ୍ଲିକ, ସହକାରୀ  ନିବନ୍ଧକ,  ସମବାୟ ସମିତି ସମୁହ, ଜଗତସିଂହପୁର  ସ୍ଵାଗତ ଭାଷଣ ଦେଇଥିବା ବେଳେ ଉପସହକାରୀ ନିବନ୍ଧକ ଶ୍ରୀ ଶିବ ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଆର୍ ଏମ୍ ସି  ର ସମ୍ପାଦକ ଶ୍ରୀ ସୂର୍ଯ୍ୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।ଦୁଃଖୀରାମ ସ୍ଵାଇଁ କଳା ପ୍ରତିଷ୍ଠାନ ର ସଦସ୍ୟ ମାନେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରକାଶ ଥାଉକି, ଜିଲ୍ଲା ରେ 70 ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ସମବାୟ ସଚେତନତା ରଥ ପ୍ରତ୍ୟେକ ବ୍ଲକ ତଥା ପୌର ପରିଷଦ ପରିକ୍ରମା  କରି ସରକାରଙ୍କ ର ବିଭିନ୍ନ ଯୋଜନା ଓ ଏହାର ଉପଯୋଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଉଛି। ଏହି ସମବାୟ ମହୋତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଏ  ଆର୍  ସି  ଏସ୍ ଅଫିସର ରାଖାଲ ଚନ୍ଦ୍ର ସାମଲ, ବିବେକାନନ୍ଦ ବେହେରା, ଚିତ୍ରା ଚିନ୍ମୟୀ ଦାସ, ଫରଜାନା ପରବିନ,ପ୍ରଭାତ କୁମାର  ମହାପାତ୍ର, ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *