ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚନ

ଜୁନାଗଡ଼ ୦୪/୧୦/୨୦୨୪ (ଓଡ଼ିଶା ସମାଚାର)- ସମଗ୍ର ଶିକ୍ଷା ତରଫରୁ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହିଞ୍ଜିଳିବାହେଲି ଠାରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ପଂଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ଅତିରିକ୍ତ ତହସିଲଦାର ଅଶୋକ ମିଶ୍ର, ଜୁନାଗଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହ ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଜୁନାଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଠାକୁର ସଭା ରେ ସଭାପତିତ୍ବ କରିଥିବା ବେଳେ ହିଞ୍ଜିଳିବାହେଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ନିପୁଣ ଓଡିଶା କାର୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡିଶା ଦ୍ୱାରା ହେଉଥିବା ନିପୁଣ ଓଡିଶା କାର୍ୟ୍ୟକ୍ରମ ଜାତୀୟ ଶିକ୍ଷା ନୀତି ୨୦୨୦ ର ଏକ ପ୍ରମୁଖ ଅଂଶ ଓ ଏଥି ରେ ୩ ବର୍ଷ ରୁ ୮ ବର୍ଷ ମଧ୍ୟରେ ପଢ଼ୁଥିବା ଛାତ୍ର ଛାତ୍ରୀ ତୃତୀୟ ଶ୍ରେଣୀ ସମାପ୍ତ ସୁଦ୍ଧା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ହାସଲ କରିପାରିବେ ବୋଲି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପ୍ରକାଶ କରିଥିଲେ । ଏହି ସଭା ରେ ଜୁନାଗଡ଼ ବ୍ଲକ ର ନିପୁଣ ଓଡିଶା କାର୍ୟ୍ୟକ୍ରମ ଟ୍ରେନିଂ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦାନ କରିଥିଲେ । ବରିଷ୍ଠ ଶିକ୍ଷକ ମକରନ୍ଦ ରାଉତ ନିପୁଣ ଓଡିଶା ର ଉଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ । ସଭା ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ସୂର୍ୟ୍ୟ ନାରାୟଣ ଠାକୁର ଓ ଧନ୍ୟବାଦ ଅର୍ପଣ କରିଥିଲେ ରାଜପୁର ସ୍କୁଲ ର ଶିକ୍ଷକ ସୌମ୍ୟ ରାଉତ ।

Leave a Reply

Your email address will not be published. Required fields are marked *