ଶିଶୁ ମନ୍ଦିରରେ ଗଣେଶ ପୂଜା

ଲକ୍ଷ୍ମୀପୁର,୨୭/୦୮/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସରସ୍ଵତି ଶିଶୁ ମନ୍ଦିର ଠାରେ ବୁଧବାର ଦିନ ବିଘ୍ନ ରାଜ ଶ୍ରୀ ଗଣେଶଙ୍କର ପୂଜନ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ପୁରୋଧା ଭାବେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ ପାଣିଗ୍ରାହୀ ପୂଜନ କରିବା ସ୍ଥଳେ ପରିଚାଳନା ସମିତିର ସଭାପତି ଭି.ନାଗ ରାଜୁ,ପୂର୍ବତନ ସଭାପତି ଫକୀର ମୋହନ ସାହୁ,ପ୍ରସାଦ ଖରା,ସମାଜ ସେବି ସଙ୍ଗୀତା ମିଶ୍ର,ସମ୍ପାଦକ ଏକଲବ୍ୟ ଚୌଧୁରୀ,ଓ ସଦସ୍ୟ ସନ୍ତୋଷ କୁମାର ମହାପାତ୍ର ,ସମସ୍ତ ଗୁରୁଜୀ ଗୁରୁମା ,ସେବିକା ଅଭିଭାବକ,ଅଭିଭାବିକା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ପୂଜାରୀଙ୍କ ବେଦଧ୍ୱନି ଓ ହମୋ ଯଜ୍ଞ ରେ ଅନୁଷ୍ଠାନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ମାତୃ ଭାରତୀ ସଦସ୍ୟା ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।

ସେହିପରି ସ୍ଥାନୀୟ ବ୍ଲକ କାକିରିଗୁମ୍ମା ସରସ୍ବତୀ ଶିଶୁ ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟା ବିଜୟ ଲକ୍ଷ୍ମୀ ମିଶ୍ର ଙ୍କ ତତ୍ୱାବଧାନ ରେ ଶ୍ରୀ ବିଘ୍ନ ବିନାଶକ ଗଜାନନ ଙ୍କ ପୂଜନ ଉତ୍ସବ ମହାସମାରୋହ ରେ ପାଳନ କରାଯାଇଥିଲା । ଉକ୍ତ ଉତ୍ସବ ରେ ସଭାପତି ଶ୍ରୀ ଧନୁର୍ଦ୍ଧର ବିଶୋଇ, ସମ୍ପାଦକ ମୀନକେତନ ନାୟକ, କୋଷାଧ୍ୟକ୍ଷ ଶ୍ରୀ ହେମନ୍ତ କୁମାର ବିଶୋଇ ଉପସ୍ଥିତ ଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇ ପାରିଥିଲା।

Leave a Reply

Your email address will not be published. Required fields are marked *