କଟକ ସଦର,୦୧/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜର ୪୮ ତମ ପ୍ରତିଷ୍ଠା ଦିବସ ଆଜି ସୋମବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷା ଡ଼ଃ ସ୍ୱାତୀ ପଣ୍ଡାଙ୍କ ପୈ।ରୋହିତ୍ୟ ଓ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ଵାଳଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଶିକ୍ଷା ଶିକ୍ଷାୟତନ ଓ ଶିକ୍ଷକ ଉପରେ ଆଲୋକପାତ କରିବା ସହିତ କଲେଜର ପ୍ରତିଷ୍ଠାତା ସ୍ବର୍ଗତ କେଶବ ଚନ୍ଦ୍ର ନନ୍ଦ ଙ୍କ ଦୂରଦୃଷ୍ଟି କୁ ଭୁୟସୀ ପ୍ରଶଂସା କରି ତାଙ୍କର ସ୍ମୃତି ଚାରଣ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ କଲେଜର ପରିଚାଳନା ସଭାପତି ତଥା କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳା ରକ୍ଷା ଦିଗରେ ଯତ୍ନବାନ ହେବାକୁ କହିଥିଲେ। ମୁଖ୍ୟ ବକ୍ତାଭାବେ ଓଡ଼ିଶା ନବନିର୍ମାଣ ବିକାଶ ମଞ୍ଚ କେନ୍ଦ୍ରୀୟ ସଭାପତି ବରିଷ୍ଠ ଆଇନଜୀବୀ ଜ୍ଞାନ ଗୁରୁ ଦାସ ଯୋଗ ଦେଇ ଆଧ୍ୟାତ୍ମିକ ଚିନ୍ତାଧାରା ଵିନା ପ୍ରଗତି ହୋଇପାରିବ ନାହିଁ ବୋଲି କହିଥିଲେ। ଏହି ଅବସରରେ ଦୁଇଜଣ ପୂର୍ବତନ ଅଧ୍ୟକ୍ଷ /ଅଧ୍ୟକ୍ଷା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ କୃତି ଛାତ୍ର/ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମ ପରିଚାଳନାରେ ଡ଼ଃ ନମୀତା ପଟ୍ଟନାୟକ, ଡ଼ଃ ଅମୀୟ ନାୟକ, ଲକ୍ଷ୍ମୀପ୍ରିୟା ବେଉରିଆ, ଏସ୍ ଚକ୍ରବର୍ତ୍ତୀ,ସଂଜୟ କେତନ ମିଶ୍ର, ପ୍ରତିମା ସାହୁ,ସଂଗ୍ରାମ ବେହେରା, ଦିବ୍ୟଜ୍ୟୋତି ସାହୁ, ବୈଦ୍ୟନାଥ ପଣ୍ଡା, ପ୍ରଦୀପ ଗୋଛୟତ ଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହାୟତା କରିଥିଲେ।
