ନିଶ୍ଚିନ୍ତକୋଇଲି,୨୫/୦୮/୨୦୨୫(ଓଡିଶା ସମାଚାର/ଅଭୟ ଜେନା) ଜନାର୍ଦ୍ଦନପୁର ପଞ୍ଚାୟତ ଖଣ୍ଡଗିରି ଗ୍ରାମର ବରିଷ୍ଠ ବିଜେପି ନେତା ତଥା ସଂଗଠକ ଉତ୍ତମ ଚରଣ ପାତ୍ର ଙ୍କର ଶନିବାର ଅପରାହ୍ନ ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।
ଚିତ୍ରୋତ୍ପଳା ନଦୀ ତଟରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠ ପୁତ୍ର ସୁଧାଂଶୁ ଶେଖର ପାତ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଖବର ପାଇ ବରିଷ୍ଠ ଵି ଜେ ପି ନେତା ଦିଲ୍ଲୀପ ମଲ୍ଲିକ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
