ସମ୍ବଲପୁର, ୨୪/୦୮/୨୦୨୫(ଓଡ଼ିଶା ସମାଚାର)- ଶନିବାର ପୂର୍ବାହ୍ନରେ ହୀରାକୁଦ ଜଳଭଣ୍ଡାର ର ୪ ଟି ଓ ପୁଣି ଅପରାହ୍ନରେ ଆଉ ୪ ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଫଳରେ ମୋଟ୍ ୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାର୍ଶ୍ୱ ଡାଇକ୍ ର ୫ଟି ଓ ଡାହାଣ ପାଶ୍ୱର୍ ଡାଇକ୍ର ୩ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।
ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳପତନ ୬୨୧.୨୧ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୩ ହଜାର ୧୩୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୮ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୧ ହଜାର ୬୯୪ କୁ୍ୟସେକ୍ ଜଳ ନିଷ୍କାସନ ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବାହ୍ନରେ ହୀରାକୁଦ ଜଳଭଣ୍ଡାରର ୪ ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ସ୍ଥିତିକୁ ଦେଖି ଅପରାହ୍ନରେ ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
