କଟକ ସଦର,୨୨/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ଆଠଗୋଟି ଜିଲ୍ଲାର ପୋଲିସ୍ ଅଧିକ୍ଷକଙ୍କ ଇତିମଧ୍ୟରେ ଵଦଳି ହୋଇଥିବା ବେଳେ କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଏସ୍ ପି ପ୍ରତିକ୍ ସିଂହ ଙ୍କର ପୁରୀ ଜିଲ୍ଲା କୁ ଵଦଳି ହୋଇଥିବା ଜଣାପଡିଛି। ତାଙ୍କ ସ୍ଥାନରେ ଏସ୍ ପି ଭାବେ ଭିନୀତ ଅଗ୍ରୱାଲ ଯୋଗଦେବା କୁ ଆସୁଛନ୍ତି।
ହେଲେ କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଏକ ଗୁରୁତ୍ତ୍ୱପୂର୍ଣ ଜିଲ୍ଲା ଭାବେ ପରିଗଣିତ ହେଉଥିବାବେଳେ ଏଠାରେ ଅଢେଇ ଵର୍ଷରେ ୪ ଜଣ ଏସ୍ ପି ଙ୍କର ଵଦଳି ହୋଇଥିବା କୁ ନେଇ କାର୍ଯ୍ୟରତ ପୁଲିସ୍ ଅଧିକାରୀମାନେ ଚିନ୍ତା ପ୍ରକଟ କରୁଥିବା ବେଳେ ଜିଲ୍ଲାରେ ପୁଲିସର ପ୍ରଶାସନିକ କାର୍ଯ୍ୟରେ ବିଭ୍ରାଟ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ ଯେ ଗତ ବର୍ଷ ଅକ୍ଟୋବର ୩ ରେ ଏସ୍ ପି ଭାବେ ଯୋଗଦେଇଥିବା ପ୍ରତିକ ସିଂଙ୍କୁ ମାତ୍ର ୧୦ ମାସରେ ଵଦଳି କରାଯାଇଛି। ସେହିପରି ପ୍ରତୀକ ସିଂ ଙ୍କ ପୂର୍ବରୁ ଏଲ୍ ଦିଵ୍ୟା ମାତ୍ର ୭ ମାସ, ତାଙ୍କ ପୂର୍ବରୁ ମିହିର ପଣ୍ଡା ମାତ୍ର ୬ ମାସ, ତାଙ୍କ ପୂର୍ବରୁ ବି ଯୁଗଳ କିଶୋର ଵନାଥ ମାତ୍ର ୮ ମାସ କାର୍ଯ୍ୟ କରିଥିବା ଜଣାପଡିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ରୁ ଘନଘନ ଏସ୍ ପି ଙ୍କ ଵଦଳି କୁ ଲୋକେ ସହଜରେ ଗ୍ରହଣ କରିପାରୁନଥିବା ଜଣାପଡିଛି।
