ଖୋର୍ଦ୍ଧା ରେ ରାମୁ ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

 ନିରାକାରପୁର, ୨୩/୧୨/୨୦୨୩ (ଓଡ଼ିଶା ସମାଚାର)-   ଖୋର୍ଦ୍ଧା ରେ ପୁଣି ରାମୁ ଦନ୍ତା ହାତୀ ଆତଙ୍କ ଖେଳେଇଛି।ଏହି ରାମୁ ଆକ୍ରମଣରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଦୁଃଖଦ ଖବର ମିଳିଛି।ସୂଚନା ଅନୁସାରେ ଏକ ସପ୍ତାହ ହେବ ଏକ ୮/୧୦ ଟି କିଆ ହାତୀ ପଲ ଖୋର୍ଦ୍ଧା ନନ୍ଦପୁର,ବାଜପୁର, ଛତିପୁର,ତାପଙ୍ଗ,ଧଉଲିମୁହଁ, ଓ ଆଖ ପାଖ ଅଂଚଳର ଜମିରେ ଥିବା ଧାନ ଫସଲ ନଷ୍ଟ କରୁଥିବା ବେଳେ ବାରି ଘରେ ପଶି ନଡ଼ିଆ କଦଳୀ,ଆଦି ବିଭିନ୍ନ ଫସଲ କ୍ଷତି କରୁଛନ୍ତି। ସନ୍ଧ୍ୟା ହେଲେ ସ୍ଥାନୀୟ ଅଞ୍ଚଳରେ ତାଟି କବାଟ ପଡୁଛି। ଜଙ୍ଗଲ ବିଭାଗ ରାସ୍ତାରେ ରାସ୍ତା ରେ ଯାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ହାତୀ କୁ ସ୍ଥାନୀୟ ଅଞ୍ଚଳରୁ ଘଉଡେଇବା ପାଇଁ କୌଣସି ସ୍ଥାୟୀ ପ୍ରତିକାର କରୁନାହିଁ। ଯାହା ଫଳରେ ଆଜି ନନ୍ଦପୁର ପଂଚାୟତ ଛତିପୁର ଗ୍ରାମର ବିଧାନ ପଶ୍ଚିମକବାଟ(୨୨) ନାମକ ଯୁବକ ରାମୁ ଦନ୍ତା ହାତୀ ଦଳ ର ଆକ୍ରମଣ ର ଶିକାର ହୋଇଛି। ସୂଚନା ଅନୁସାରେ ଛତିପୁର ଗ୍ରାମର ବିଧାନ ପଶ୍ଚିମକବାଟ ନିଜ ଜମିକୁ ଯାଇଥିବା ବେଳେ ସେଠାରୁ ଫେରିବା ବେଳେ ସ୍ଥାନୀୟ କେରେଣ୍ଡା ଜଙ୍ଗଲ ଦେଇ ଘରକୁ ଫେରୁଥିବା ବେଳେ ଏହି ହାତୀ ଦଳ ହାବୁଡ଼ ରେ ପଡି ଆକ୍ରମଣ ର ଶିକାର ହୋଇଥିଲା। ଘଟଣା ସ୍ଥଳ ରେ ଯୁବକ ର ମୃତ୍ୟୁ ହୋଇଥିବା ବେଳେ ଯୁବକ କୁ ଖୋର୍ଦ୍ଧା ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଓ ଗ୍ରାମବାସୀ ହୋହଲା କରିଥିଲେ । ଖବର ପାଇ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ, ବନାଞ୍ଚଳ ଅଧିକାରୀ ପହଂଚିବା ସହିତ ଉତ୍ୟକ୍ତ ଲୋକ ଓ ସ୍ଥାନୀୟ ସରପଞ୍ଚ ବିପ୍ଳବ କେଶରୀ ବଳିଆରସିଂ ଙ୍କ ସହିତ ଆଲୋଚନା କରିଥିଲେ। ଘଟଣାକୁ ଦୁଃଖ ପ୍ରକାଶ କରିବା ସହିତ ମୃତ ପରିବାର କୁ ୬ ଲକ୍ଷ ଟଙ୍କା ର ଅନୁକମ୍ପା ମୂଳକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତ ଶାନ୍ତି ପଡିଥିଲା। ତେବେ ତୁରନ୍ତ ଏହି ହାତୀ ଦଳ କୁ ଅନ୍ୟ ଜଙ୍ଗଲ କୁ ଘଉଡେଇବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ସରପଞ୍ଚ ଶ୍ରୀ ବିପ୍ଳବ ବଳିଆରସିଂ ବନଖଣ୍ଡ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ। ସେପଟେ ସ୍ଥାନୀୟ ସମାଜସେବୀ ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି ଆମ୍ଭ ଅଞ୍ଚଳ କୁ କେବେ ହାତୀ ଆସନ୍ତି ନାହିଁ , ଯଦିବା ୩/୪ ଦିନ ହେବ ଏହି ଅଂଚଳରେ ହାତୀ ଆତଙ୍କ ଖେଳୁଛନ୍ତି ଆମ୍ଭେ ଏ ନେଇ ବନ ବିଭାଗ କୁ କହୁଛୁ,ବନ ବିଭାଗ ୨ ଜଣ ଷ୍ଟାଫ କୁ ଜଗେଇ ଛନ୍ତି ତା ପରେ ବି ହାତୀ ଯୁବକ କୁ ଆକ୍ରମଣ କରିବା ଅତ୍ୟନ୍ତ ଦୁଃଖର ବିଷୟ ବନ ବିଭାଗ ଏ ନେଇ ଦୃଢ଼ ପଦକ୍ଷେପ ନିଅନ୍ତୁ ନ ଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ।

Leave a Reply

Your email address will not be published. Required fields are marked *