କିଶନନଗର କୃଷକ ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟିତ

କଟକ ସଦର , ୧୨/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ବିରିଡ଼ି ସମଵାୟ ବ୍ୟାଙ୍କ ଅଧିନସ୍ଥ କିଶନନଗର କୃଷକ ସେବା ସମବାୟ ସମିତି ପକ୍ଷରୁ ଆଜି ଶୁକ୍ରବାର ଦିନ ଧାନମଣ୍ଡି ଉଦଘାଟିତ ହୋଇଛି। ଏହାକୁ ସମିତିର ସଭାପତି ବିରଞ୍ଚିନାରାୟଣ ପଣ୍ଡା ଉଦଘାଟନ କରିଥିବା ବେଳେ ଏଥିରେ ଉପସଭାପତି ଵାଵୁଲାଲ ନାୟକ, ସୁରେଶ ଚନ୍ଦ୍ର ବିଶୋଇ,ଧୃଵ ଚରଣ ବେହେରା, ବାଉରୀବନ୍ଧୁ ମହାନ୍ତିଙ୍କ ସମେତ ନିର୍ଦେଶକ ମାନେ ଯୋଗ ଦେଇଥିଲେ। ପରିଚାଳନାରେ ସଂପାଦକ ଚନ୍ଦ୍ର ଶେଖର ରାଉତ ସହାୟତା କରିଥିଲେ। କିଶନନଗର, ଯଶପଡା ଓ ଵାରଦା ପଞ୍ଚାୟତକୁ ନେଇ ଉକ୍ତ ମଣ୍ଡିରେ ଚଳିତ ବର୍ଷ ୩୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହେଵାକୁ ଥିବା ବେଳେ ଆଜି ଉଦଘାଟନ ଦିଵସରେ ୧୧ ଜଣ ଟୋକନଧାରୀ ଚାଷୀଙ୍କ ଠାରୁ ୪୧୫ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *