ଜପକୁଦରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ସାଲେପୁର,୨୧/୦୮/୨୦୨୫(ଓଡ଼ିଶା ସମାଚାର)- ସାଲେପୁର ବ୍ଲକ ଅନ୍ତର୍ଗତ ଜପକୁଦ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଜେପିଏମ୍ ରୋଟାରୀ ଚକ୍ଷୁ ଚିକତ୍ସାଳୟ, ସିଡିଏ, କଟକ ଆନୁକୂଲ୍ୟରେ ମା’ ହେଲଥ୍ କେୟାର, ଜପକୁଦ ଓ ବିପି ଲାବୋରେଟୋରୀ ଓ ରୋଟ୍ରାକ୍ଟ କ୍ଳବ ଅଫ୍ ବିରୂପା ସହଯୋଗରେ ଏହି ଚକ୍ଷୁ ଚିକିତ୍ସା ଶିବିର ଜପକୁଦସ୍ଥିତ ଜଗନ୍ନାଥ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଥିଲା ।

ବିକାଶ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ଶିବିରରେ ୮୩ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୮ଜଣଙ୍କୁ ଅସ୍ତ୍ରୋପଚାର ପାଇଁ କଟକ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା । ଚକ୍ଷୁ ଚିକିତ୍ସାଳୟ ତରଫରୁ ଶଶିକାନ୍ତ ଦାସ, ପରେଶ କୁମାର ସାହୁ, ନନ୍ଦିନୀ ନାୟକ, ମନିଷା ଭୋଇ ପ୍ରମୁଖ ଚକ୍ଷୁ ପରୀକ୍ଷା କରିବା ସହ ମାଗଣା ଔଷଧ ବିତରଣ କରିଥିଲେ । କାର୍ଯ୍ୟକ୍ରମକୁ ରୋଟ୍ରାକ୍ଟ କ୍ଲବ୍ ଅଫ୍ ବିରୂପାର ଉପଦେଷ୍ଟା ବିଶ୍ୱରଂଜନ ସାହୁ ପରିଚାଳନା କରିଥିଲେ ।

ଶିବିରକୁ ବିଚିତ୍ର କୁମାର ପ୍ରହରାଜ, ସୁନନ୍ଦା ମିଶ୍ର, ପ୍ରଭାତ ବେହେରା, ନଳିନୀ କାନ୍ତ ପରିଜା, କ୍ଷୀରୋଦ ଚନ୍ଦ୍ର ଶତପଥୀ, ବସନ୍ତ ବେହେରା, ଭାନୁଶଙ୍କର ବେହେରା, ଅନନ୍ତ ରାଉତ, ହରପ୍ରସାଦ ଶତପଥି, ଧନଞ୍ଜୟ ପାତ୍ର, ସଂଗ୍ରାମ କିଶୋର ଦାଶ, ପୁଷ୍ପାଞ୍ଜଳି ଦାସ, ରୋଜାଲିନ ଦାସ, ସୁଭଦ୍ରା ମିଶ୍ର, ସୋନାଲି ବେହୁରା, ଏସକେ ଅବଦୁଲ୍ ଇଲିଆସ ଖାନ୍, ଅମରେନ୍ଦ୍ର ବାରିକ ଓ ଶର୍ମିଲି ସାହୁ ପ୍ରମୁଖ
ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *