କଟକ ସଦର,୨୦/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ରେ ଆଜି ବୁଧବାର ଦିନ କଟକ ଜିଲ୍ଲା ପିଡି(ପ୍ରକଳ୍ପ ନିର୍ଦ୍ଦେଶକ) ପ୍ରଶାନ୍ତ କୁମାର ନାୟକ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ବିଷୟରେ ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର କରିଥିବା ଜଣାଯାଇଛି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ୍,ଯୋଗାଣ ନିରିକ୍ଷକ ନିହାର ସ୍ୱ।ଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭସ୍ମିତା ନାଥ ପ୍ରମୁଖ ଙ୍କ ସହିତ ସରପଂଚ ଓ ସମିତି ସଭ୍ୟ/ସଭ୍ୟା ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ଏହି ଦୁଇଟି ଯୋଜନାକୁ କିପରି ଆହୁରି ଲୋକାଭିମୁଖୀ କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ପିଡି ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ।
