କଟକ ସଦର,୨୩/୦୪/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସନ୍ନିକଟ ଯଶପଡା ପଞ୍ଚାୟତ ର ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଗିରିକ୍ରୋଟ (ଗିରିଧାରୀ ମଠ) ରାସ୍ତା ର ଦୂରାବସ୍ଥା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।
ଏଥିପାଇଁ ଉକ୍ତ ମଠକୁ ଦୀର୍ଘ ଦିନ ହେଲା ଶ୍ରଦ୍ଧାଳୁଙ୍କ ଆଗମନ ଯଥେଷ୍ଟ କମିଯାଇଥିଵା ଅଭିଯୋଗ ହେଉଥିଲା।ଏ ସମ୍ପର୍କରେ ଚଳିତ ମାସ ୬ ତାରିଖରେ ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ବିଭାଗୀୟ କର୍ତୃପକ୍ଷ ରାସ୍ତାର ନବୀକରଣ ପାଇଁ ତତ୍ପରତା ଦେଖାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ରାସ୍ତାର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି।
ମାଳିକା ବର୍ଣ୍ଣିତ ଗିରିଧାରୀ ମଠ ରାସ୍ତାର ଦୂରାବସ୍ଥା ନିରାକରଣ ପାଇଁ ଦାବି
