ଭୁବନେଶ୍ୱର,୧୮/୦୮/୨୦୨୫(ଓଡ଼ିଶା ସମାଚାର)- ଯୁବ ରେଡକ୍ରସ ଆଞ୍ଚଳିକ ଶାଖା, ଭୁବନେଶ୍ଵର ର ବାର୍ଷିକ କାର୍ଯ୍ୟକାରିଣୀର ବୈଠକ ଆଜି ବିଜେବି ସ୍ଵଂୟଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ରେଡକ୍ରସ ଓଡ଼ିଶା ଶାଖାର ଅବୈତନିକ ସଚିବ ଶ୍ରୀଯୁକ୍ତ ଗଣେଶ ପାତ୍ର ମୁଖ୍ୟ ଅତିଥି, ବିଶିଷ୍ଟ ସମାଜ ସେବୀ ରିତୁପର୍ଣା ମହାନ୍ତି ମୁଖ୍ୟ ବକ୍ତା ଓ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡକ୍ଟର ରମେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଝୁମକୀ ରଥଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟର ଯୁବ ରେଡକ୍ରସ ର କାଉନସେଲର ମାନେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଜି ର ଯୁବ ପିଢ଼ିର ସଠିକ ମାର୍ଗଦର୍ଶନ କିପରି ହୋଇପାରିବ , ସେ ସମ୍ବନ୍ଧରେ ଅତିଥି ମାନେ ଆଲୋକପାତ କରିଥିଲେ । ଆଞ୍ଚଳିକ ଶାଖାର କନଭେନର ସେକ୍ରେଟେରୀ ଅଧ୍ୟାପିକା ଲେଖା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ସଂଯୋଜକ ରେବତୀ କାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

