ଜଗତସିଂହପୁର, ୨୮/୦୩/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ବଜାରରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଏକ ମିଳିତ ଚଢାଉ ହୋଇଥିଲା। ଏଥିରେ ମାପ ଓଜନ ସଂସ୍ଥା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ପୋଲିସ ର ଅଧିକାରୀ ମାନେ ଯୋଗ ଦେଇଥିଲେ। 
ମାପ ଓଜନ ବିଭାଗର ଯୁଗ୍ମ ନିୟନ୍ତ୍ରକଙ୍କ ଅଧ୍ୟକ୍ଷତାରେ ଜଗତସିଂହପୁର ବଜାର ରେ ପେଟ୍ରୋଲ ପମ୍ପ,ଗ୍ୟାସ ଡିଲର ଓ ମାଛ ଦୋକାନ ଆଦି ଯାଞ୍ଚ କରାଯାଇଥିଲା। ମାପ ଓଜନ ନିୟମ ଉଲଂଘନ କରିଥିବା ୫ଟି ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଆଇନ୍ ଅନୁଯାୟୀ ଜୋରିମାନା ବାବଦକୁ ୨୬,୬୦୦ ଟଙ୍କା ଆଦାୟ କରାଯାଇଥିଲା।
