ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ୍ କାର୍ଯ୍ୟକ୍ରମ

ଜଗତସିଂହପୁର ୩୧/୭/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ,ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରିକ୍ଷଣ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ତାଲିମ୍ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମନୋଜ କୁମାର ଭୋଇ କହିଲେ ଆମର ମୂଳ ଲକ୍ଷ୍ୟ ହେଉଛି ପିଲାମାନଙ୍କୁ କିଭଳି ପୃଷ୍ଟିହୀନତା ରୁ ରକ୍ଷା କରିବା। ଅଙ୍ଗନବାଡ଼ି ସ୍ତରରେ ଏହି କାର୍ଯ୍ୟକ୍ରମ କିଭଳି ସଫଳ ଭାବେ ରୂପାୟନ ହୋଇପାରିବ ସେଥି ନିମନ୍ତେ ସମସ୍ତଙ୍କ ସହଭାଗିତା ରହିଛି।ଗାଁ ଗହଳିରେ ରହୁଥିବା ମା ଓ ଶିଶୁ ମାନଙ୍କୁ ପୃଷ୍ଟିହୀନତା ରୁ ରକ୍ଷା କରିବା ସାମ୍ ଓ ମାମ୍ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କୁ ଗୁରୁତ୍ବ ଦେବାକୁ ସିଡିପିଓ,ସୁପର ଭାଇଜର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜଗତସିଂହପୁର ପୌରପରିଷଦ ର ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ କହିଲେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣ ମୂଳକ ଯୋଜନା କରିଛନ୍ତି। ଶିଶୁଟିର ଜନ୍ମ ଠାରୁ ବଡ଼ ହେବା ପର୍ଯ୍ୟନ୍ତ ଏକ ଧାରାବାହିକ ଅଭିବୃଦ୍ଧି ଘଟିଥାଏ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ କହିଲେ ସାରା ରାଜ୍ୟରେ ଜିଲ୍ଲା ସ୍ତରରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ପ୍ରକଳ୍ପ ସ୍ତରରେ ସିଡିପିଓ ଏବଂ ସୁପର ଭାଇଜର ମାନେ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ। ଅଙ୍ଗନବାଡ଼ି କର୍ମୀମାନେ ଫିଲ୍ଡ ରେ ବୁଲି ଶିଶୁ ମାନଙ୍କୁ ବୟସ ହିସାବରେ ଓଜନ ,ଉଚ୍ଚତା ଓ ଗ୍ରେଡ ନିର୍ଣ୍ଣୟ କରିବେ। ଅପପୃଷ୍ଟି କହିଲେ ଆମେ ସାଧାରଣତଃ ପୃଷ୍ଟିହିନଟା କୁ ବୁଝିଥାଉ।ଏହି ପୃଷ୍ଟିହିନତା ସାଧାରଣତଃ ପିଲାଙ୍କୁ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଯତ୍ନ କରିବାକୁ ପଡ଼ିବ। ଜନ୍ମ ହେଲା ମାତ୍ରେ କେବଳ ମା କ୍ଷୀର ସମ୍ପୁର୍ଣ୍ଣ ରୁପେ ୬ ମାସ ପର୍ଯ୍ୟନ୍ତ ଦେବାକୁ ପଡିବ।ତା ସହିତ ୨ ବର୍ଷ ପର୍ଯ୍ୟନ୍ତ ମା କ୍ଷୀର ସହିତ ସୁରକ୍ଷିତ ରଖିବା ବୟସ ଉପଯୋଗିରେ ଛୁଆ ଟିକୁ ଖାଦ୍ୟ ଦେବାକୁ ହେବ।ତାହେଲେ ଶିଶୁଟି ନିଶ୍ଚିତ କୁପୃଷ୍ଟିରୁ ଉଦ୍ଧାର ପାଇପାରିବ।ଖାଦ୍ୟ ସହିତ ବିଶୁଦ୍ଧ ଜଳ,ପରିମଳ ବ୍ୟବସ୍ଥା ଓ ସ୍ୱଚ୍ଛତା ନିହାତି ଆବଶ୍ୟକ। ଉପ ପରିଚାଳକ ଜାତୀୟ ସ୍ୱାସ୍ଥ୍ୟ ମିଶନ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ଯୋଗଦେଇ ଉପଯୁକ୍ତ ଭାବରେ ମାତୃ ସ୍ତ୍ୟନପାନ ପ୍ରଦାନ,ନିୟମିତ ଶିଶୁର ଓଜନ ଓ ଗୋଷ୍ଠୀ ସହ ଗୃହ ପରିଦର୍ଶନ କରିବା ପାଇଁ ଆଲୋଚନା କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ୟୁନିସେଫ୍ କନସଲ୍ଟାଣ୍ଟ ଶ୍ରୀ ସୁଦିପ ଦାସ ଏବଂ ୟୁନିସେଫ୍ ମହିଳା ଓ ଶିଶୁ ବିକାଶ ରିସର୍ଚ୍ଚ ଆସୋସିଏଟ ଶ୍ରୀ ବିନାୟକ କନ୍ଦପନ ଯୋଗଦେଇ ଓଡ଼ିଶାର ମହିଳା ଓ ଶିଶୁଙ୍କ ପୁଷ୍ଟିସାଧନ ଏବଂ ସ୍ବାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ ବ୍ୟାପକ ପୋଷଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତା,ସାମାଜିକ ଆଚରଣ ପରିବର୍ତ୍ତନ ଯୋଗାଯୋଗ ବୃଦ୍ଧି କରିବା, ସ୍ବାସ୍ଥ୍ୟ ଓ ପୃଷ୍ଟିସାଧନ ସେବାକୁ ସୁଦୃଢ କରିବା, ଗୋଷ୍ଠୀ ସହାୟତା ବ୍ୟବସ୍ଥା ପ୍ରତିଷ୍ଠା କରିବା,ସମ୍ବଳ ଆବଣ୍ଟନ ଏବଂ ପୋଷଣ ନୀତି ଉପରେ ଗୁରୁତ୍ବ ବଢ଼ାଇବା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପି.ଓ, ସି.ଡି.ପି.ଓ,ସୁପରଭାଇଜର,ପୋଷଣ,ମମତା,ମିଶନ ଶକ୍ତି ଆଦିର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *