ପୁରାତନ ବିଦ୍ୟାର୍ଥୀ ପରିଷଦର ବାର୍ଷିକ ଉତ୍ସବ

କଟକ ସଦର, ୧୭/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଚିନ୍ତାମଣି ବିଦ୍ୟାପୀଠ ପୁରାତନ ବିଦ୍ୟାର୍ଥୀ ପରିଷଦର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଗତକାଲି ଶନିବାର ଦିନ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ପରିଷଦର ସଭାପତି ମହେନ୍ଦ୍ର ନାଥ ଓଝା ଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ପରିଷଦର ଏଭଳି ମହତକାଂକ୍ଷୀ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱ।ମୀ ଅଦ୍ୱିତାନନ୍ଦ, ପ୍ରଧାନ ଶିକ୍ଷୟିତ୍ରୀ ରୋଜାଲିନ ସ୍ୱ।ଇଁ, କ୍ୟାପଟେନ ବିକ୍ରମ କେଶରୀ ବିଶୋଇ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ପରିଷଦର ସଂପାଦକ ଇଂ ଦେବବ୍ରତ ପାତ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଏହି ଅବସରରେ ବିଧାୟକ ଶ୍ରୀ ସେଠୀ ସ୍କୁଲ ପରିସରରେ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ ଓ ଗୋଟିଏ ପ୍ରକଳ୍ପ ର ଉଦଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *