କଟକ ସଦର ବ୍ଲକ ‘ଆତ୍ମା’ର କାର୍ଯ୍ୟକାଳ ପୁରିଲା,’ଆତ୍ମା’ଭାଙ୍ଗିଲା 

କଟକ ସଦର, ୧୩ /୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜେପି ସରକାର ଆସିବା ପରେ ବିଜେଡ଼ି ଅକ୍ତିଆର ରେ ଥିବା କଟକ ସଦର ‘ଆତ୍ମା’କୁ ଆଜି ଶୁକ୍ରବାର ଶେଷ ବୈଠକରେ କାର୍ଯ୍ୟକାଳ ପୁରିବା ପରେ ଭାଙ୍ଗି ଦିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ତତ୍କାଳୀନ ଫକିରପଡା ସମିତି ସଭ୍ୟ ରଜନୀକାନ୍ତ ସାହୁ କଟକ ସଦର ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ରୁ ପ୍ରାର୍ଥୀ ହୋଇ ଜନୈକ ସ୍ୱ।ଧିନ ପ୍ରାର୍ଥୀ ସତ୍ୟ ଜେନା ଙ୍କ ଠାରୁ ଶୋଚନୀୟ ପରାଜୟ ହେବା ପରେ ତାଙ୍କୁ ସାନ୍ତ୍ୱନା ମୂଳକ ଭାବେ ‘ଆତ୍ମା’ ରେ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିଲା। ହେଲେ ବିଜେପି ଅନ୍ୟଜଣେ ପ୍ରହରାଜପୁର ପଞ୍ଚାୟତରୁ ଜଣଙ୍କୁ ଅଧ୍ୟକ୍ଷ ମନୋନୀତ କରିଥିବା ଜଣାପଡିବା ପରେ ‘ଆତ୍ମା’କୁ ଭାଙ୍ଗି ଦିଆଯାଇଛି। ଆଜିର ଶେଷ ବୈଠକରେ ଅଧ୍ୟକ୍ଷ ରଜନୀକାନ୍ତ ସାହୁ ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଜିଲ୍ଲା ପରିଷଦ ସଭ୍ୟା ଆଶା ଲତା ବେହେରା, ସସ୍ମିତା ମାର୍ଥା ଙ୍କ ସମେତ ସମସ୍ତ ଵିଏଫଏସି ମେମ୍ବର ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ବ୍ଲକ କୃଷି ଅଧିକାରିଣୀ ଜାଫନା ରାୟ‌ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *