ହାର୍ଟସ୍ ଡିସକଭରି ନର୍ସିଂ କଲେଜ ରେ ସ୍ଵାଧୀନତା ଦିବସ ପାଳିତ 

ଭୁବନ ୧୬/୦୮/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବାଜି ରାଉତ କଲେଜ ଛକରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ହାର୍ଟସ୍ ଡିସକଭରି ନର୍ସିଂ କଲେଜ ରେ ୭୯ ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।

କଲେଜ ର ପ୍ରତିଷ୍ଠାତା ଶ୍ରୀମତୀ ପଦ୍ମାବତୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ପ୍ରତିଷ୍ଠାତା ଶ୍ରୀମତୀ ସାହୁ ନର୍ସିଂ କଲେଜ ପାଠ୍ୟକ୍ରମ ଓ ନିଶ୍ଚିତ ନିଯୁକ୍ତି ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାଜି ରାଉତ କଲେଜ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା,କବି ସୁରେନ୍ଦ୍ର କୁମାର ପୃଷ୍ଟି,ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ସାହୁ,ଲକ୍ଷ୍ମଣ କୁମାର ଦାସ,ନିରଞ୍ଜନ ଗୁରୁ, କମଳ ଲୋଚନ ମହାରଣା,ସମାଜସେବୀ ଗୀତାଞ୍ଜଳି ମହାନ୍ତ , ବାସନ୍ତୀ ପୃଷ୍ଟି,ସଂଘମିତ୍ରା ଦାଶ ପ୍ରମୁଖ ବହୁ ଶୁଭେଛୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *