ଅସୁରେଶ୍ୱର ସୁନା ଦୋକାନୀ ଲୁଟ ଘଟଣା ର ଡକାୟତ ଗିରଫ

ନିଶ୍ଚିନ୍ତକୋଇଲି, ୧୩/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) କଟକ ଜିଲ୍ଲା ଅସୁରେଶ୍ୱର ବଜାର ରେ ଫିଲ୍ମ ଷ୍ଟାଇଲରେ କରିଥିଲେ ଚୋରୀ। ସୁନା ଦୋକାନୀ ତାଙ୍କ ଦୋକାନ ବନ୍ଦ କରି ଘରକୁ ଯିବା ବେଳେ ଦୁଇ ଜଣ ଭିଡି ଆସିଥିଲେ ତା ଙ୍କ ପାଖକୁ.। ତାଙ୍କ ବୁଲେଟକୁ ଅଟକାଇ ଥିଲେ । ଦୋକାନୀଙ୍କ ଠାରୁ ସୁନା ଅଳଙ୍କାର , ଦୋକାନ ଚାବି ଓ ଲାପଟପ ଥିବା ବ୍ୟାଗକୁ ଛଡାଇ ନେଇଥଲେ ।

ଦୋକାନୀ ଗାଡିରୁ ପଡିଯାଇ ଚିତ୍କାର କରିବାରୁ ବଜାରରେ ଲୋକ ଜାଣିଯାଇଥିଲେ। ତାପରେ ଆଉ ଦୁଇଜଣ ୩ ଟି ବୋମା ରାସ୍ତା ଉପରକୁ ପକାଇ ଥିଲେ। ଫଳରେ ଭୟରେ କିଏ କୁଆଡେ ପଳେଇଥିଲେ। ଏହି ସୁଯୋଗ ଦେଖି ସେଠୁ ଚମ୍ପଟ ମରିଥଲେ ଡକାୟତ। ଏଭଳି ଘଟଣା ଗତ ୪ ତାରିଖ ଦିନ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ଠାରେ ଘଟିଥିଲା।

ମହାବୀର ସୁନାଦୋକାନର ମାଲିକ ନିରଞ୍ଜନ ସାହୁଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହେବା ପରେ ସେ ଗାଡିରୁ ପଡି ଆହତ ମଧ୍ୟ ହୋଇଥିଲେ। ସେଦିନ କିନ୍ତୁ ଚମ୍ପଟ ମାରିଥିବା ଲୁଟେରା ଆଜି ପୋଲିସ ହାତରେ ଧାରା ପଡି ସବୁ ମାନି ଛନ୍ତି। ସେମାନଙ୍କ ଠାରୁ ୨୦ ଗ୍ରାମ ସୁନା ଅଳଙ୍କାର, ନଗଦ ୨୩ ହଜାର ଟଙ୍କା, ଦୁଇଟି ମୋଟର ସାଇକେଲ ଓ ମୋବାଇଲ ଫୋନ ଜବତ ହୋଇଛି।ଗିରଫ ହୋଇଥିବା ଡକାୟତମାନେ ହେଲେ ନୟାଗଡ଼ର ଦିଲ୍ଲୀପ ପରିଡା, ଦୀପକ ନାୟକ , କଟକର ସରୋଜ କର ଓ ଏସ କେ ହାଇଦର।

ଏମାନଙ୍କ ନାମରେ ପୂର୍ବରୁ ମଧ୍ୟ କଟକ ଓ ତାର ଆଖପାଖ ଅଞ୍ଚଲରେ ବହୁ କେଶ ରହିଛି ବୋଲି ନିଶ୍ଚିନ୍ତକୋଇଲି ଥାନାରେ ଏକ ପ୍ରେସମିଟରେ କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *