ସେମିକଣ୍ଡକ୍ଟର ୟୁନିଟ୍‌ ମଞ୍ଜୁରି ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୦୮/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ୟୁନିଟ୍‌ ମଞ୍ଜୁରି ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ । ଏହା ରାଜ୍ୟର ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତିରେ ଏକ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି ସହଯୋଗୀ ପ୍ରୟାସ ନୂତନତ୍ବକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୃଷ୍ଟି କରିବ ବୋଲି ସେ ଏକ୍ସରେ ଲେଖିଛନ୍ତି ।

I sincerely express my gratitude to Hon’ble Prime Minister Shri @narendramodi

ji and Hon’ble Union Minister Shri  @AshwiniVaishnaw

ji for the Central Cabinet’s approval of the establishment of two semiconductor manufacturing units in Odisha. The recent amendment of the Odisha Semiconductor Manufacturing and Fabless Policy, aimed at enhancing investment viability, competitiveness, and sustainability, together with this significant Cabinet approval, marks a major milestone in the state’s industrial and technological advancement. This collaborative effort will accelerate innovation, generate employment, and strengthen Odisha’s position as a vital contributor towards the vision of #AtmanirbharBharat. I look forward to continued partnership between the State and Central Governments to further this strategic initiative for the comprehensive development of Odisha and the nation. #doubleengine

https://x.com/MohanMOdisha/status/1955215401719304325

ମଙ୍ଗଳବାର ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ୍ ୪ଟି ପ୍ରକଳ୍ପକୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ୪ଟି ନୂତନ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୪,୫୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ଏବଂ ପଞ୍ଜାବ ଏବଂ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଏଁ ୟୁନିଟ୍ ପ୍ରତିଷ୍ଠା ହେବ । ଭୁବନେଶ୍ବରରେ ୨ଟି ସେମିକଣ୍ଡକ୍ଟର ୟୁନିଟ ସହ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ହେବ । ୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ନିର୍ମାଣ ହେବ ।

 

 

Leave a Reply

Your email address will not be published. Required fields are marked *