ଲୋକ ସଂପର୍କ ବିଭାଗ କର୍ମଚାରୀଙ୍କୁ ଅବସର ସମ୍ୱର୍ଦ୍ଧନା ।

ଯାଜପୁର,୩୦/୦୪/୨୦୨୪ (ଓଡ଼ିଶା ସମାଚାର)- ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଯାଜପୁରର ଯାନଚାଳକ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଆଜି ମଙ୍ଗଳବାର ସରକାରୀ କାର୍ଯ୍ୟରୁ ଅବସର ନେଇଛନ୍ତି । ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ତାଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ । ଏ ସଂପର୍କରେ ଏକ ବୈଠକ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଅନୁିଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ବେହେରା ଶ୍ରୀ ସାହୁଙ୍କର ନିଷ୍ଠାପର ଓ ଉତ୍ସର୍ଗୀକୃତ କାର୍ଯ୍ୟ ଶୈଳୀ ବିଭାଗକୁ ଅନେକ ସହଯୋଗ ଦେଇଛି ଓ ବିଭାଗର ସୁନାମ ବୃଦ୍ଧିରେ ସହାୟକ ହୋଇଛି ବୋଲି କହିବା ସହ ତାଙ୍କର ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିବା ବେଳେ ପ୍ରୋଭିଜିନାଲ ପେନସନ ଅର୍ଡର ସହ ମାନପତ୍ର, ଟ୍ରପିଂ, ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ କରିଥିଲେ । ଅନ୍ୟ ସମସ୍ତ କର୍ମଚାରୀମାନେ ତାଙ୍କର ଅମାୟିକ ବ୍ୟବହାର ଓ ଆନ୍ତରିକ କାର୍ଯ୍ୟ ପରିଚାଳନାକୁ ପ୍ରଶଂସା କରିଥିଲେ । ନିଜ ଅଭିଜ୍ଞତାକୁ ବର୍ଣ୍ଣନା କରି ଶ୍ରୀ ସାହୁ ନିଜ ଚାକିରୀରେ ବେଶ ସନ୍ତୁଷ୍ଟ ଓ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ସୁସଂପର୍କ ତାଙ୍କୁ ଭଲ କାମ କରିବାକୁ ପ୍ରେରଣା ଦେଇଥିଲା ବୋଲି କହିଥିଲେ । ଏଥିରେ ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ମିନତୀ ଦାଶ, ସାନ୍ତନୁ କୁମାର ସାହୁ, ନିତ୍ୟାନନ୍ଦ ନାୟକ, ସତ୍ୟଜିତ୍ ନାୟକ, ରତିକାନ୍ତ ମହାନ୍ତି, ରବିନ୍ଦ୍ର କୁମାର ଦାସ, ବାରୁଣୀ ସେଠୀ, ଯୋଗ ଦେଇଥିଲେ । ଏହି ବିଦାୟ କାଳୀନ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା କାର୍ଯ୍ୟାଳୟର କର୍ମଚାରୀ ବିନୋଦ କୁମାର ସିଂ ସିଙ୍କୁ, ଚକବନ୍ଦୀ କାର୍ଯ୍ୟାଳୟର ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *