ଭୁବନ ୧୨/୦୮/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପ୍ରତ୍ୟେକ ଜନ ସାଧାରଣ ଙ୍କ ହୃଦୟରେ ଦେଶ ପ୍ରେମ ଜାଗ୍ରତ କରାଇବା ଓ ସ୍ବଚ୍ଛତା ଅବଲମ୍ବନ କରିବା ସକାଶେ “ହର ଘର ତ୍ରିରଙ୍ଗା , ହର ଘର ସ୍ବଚ୍ଛତା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ଙ୍କ ତତ୍ତ୍ୱାବଧାନରେ ଗୋଷ୍ଠୀ ସଂଗଠିକା ଚିକୁମିନା ପଟ୍ଟନାୟକ,ବିଦ୍ୟୁତ୍ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ନଳିନୀ ଶଙ୍କର ରଥ, ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ,ସ୍ୱଚ୍ଛ ସାଥୀ, ସ୍ୱଚ୍ଛ କର୍ମୀ,ପରିମଳ କର୍ମଚାରୀ ଓ ସାଧାରଣ ଜନତା ଏନ୍ ଏ ସି ଅଫିସ ରୁ ହାତରେ ଜାତୀୟ ପତାକା ଧରି ବିଭିନ୍ନ ନାରାବାଜି କରି ସହର ପରିକ୍ରମା କରି ଲୋକ ମାନଙ୍କୁ ପ୍ଲାଷ୍ଟିକ ଜାତୀୟ ପତାକା ବଦଳରେ କପଡାରେ ତିଆରି ପତାକା ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ପ୍ଲାଷ୍ଟିକ ର କୁପରିଣାମ ସମ୍ପର୍କରେ ଅବଗତ କରାଇଥିଲେ ।
