ଗରଦପୁର, ୨୬/୦୧/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାଡ଼ାକୁଡ଼ା ଠାରେ ପ୍ରତିଷ୍ଠିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଛି । ଓଡ଼ିଶା ସରକାରଙ୍କ ଯୁବ ବ୍ୟାପାର ଓ ମହିଳା ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ସ୍ୱରୂପ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତାଲିମ କାର୍ଯ୍ୟକ୍ରମ ଗତ ୧୬ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସଂଗଠିତ ହୋଇଥିଲା । ଉଦଘାଟନ ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରି ତାଲିମ ଶିକିରକୁ ଉଦଘାଟନ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ବିଭୁତି ଭୁଷଣ ବେଉରା ଅତିଥି ଭାବେ ଯୋଗଦେଇ ବାଳିକା ଆତ୍ମ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ମତ ଉପସ୍ଥାପନ କରିଥିଳେ । ଉଦଯାପନ ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଇଁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା , ରାଜନେତା ତଥା ସମାଜସେବୀ ରବିନ୍ଦ୍ରନାଥ ମହାନ୍ତି ପ୍ରଶିକ୍ଷଣ ପ୍ରାପ୍ତ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ସମ୍ପର୍କରେ ଦୃଷ୍ଟାନ୍ତମୂଳକ ଉପଦେଶ ପ୍ରଦାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ତଥା ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ମୁଖ୍ୟ ବକ୍ତା ଭାବରେ ଛାତ୍ରୀ ମାନଙ୍କ ପାଇଁ ସୁରକ୍ଷା ତାଲିମ ର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ର କାର୍ଯ୍ୟକ୍ରମ ଅଧିକାରୀ ତଥା ବାଣିଜ୍ୟ ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ ବିଶ୍ୱଜିତ ମହାନ୍ତି ଓ ଉର୍ଦ୍ଧୁ ବିଭାଗର ଅଧ୍ୟାପକ ସେକ୍ ମାସୁଦ୍ ଅଲ୍ଲୀମ୍ମ୍ାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବାଳିକା ଆତ୍ମ ସୁରକ୍ଷା ତାଲିମ୍ ହାସଲ କରିଥିବା ୪୮ ଜଣ ଛାତ୍ରୀ ଉଦଯାପନ ଉତ୍ସବରେ ଉପସ୍ଥିତ ରହି ପ୍ରଶିକ୍ଷଣ ନମୁନା ପ୍ରଦର୍ଶନ କରିଥିଲେ । ଉଦଯାପନ ଉତ୍ସବରେ ତାଲିମ୍ ସଂଯୋଜିକା ତଥା ସଂସ୍କୃତ ବିଭାଗ ର ଅଧ୍ୟାପିକା ଶ୍ରୀମତୀ ତନୁଜା ବିଶ୍ୱାଳ ବିବରଣୀ ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷିକା ଅନୁସୟା ବେହେରା ଉପସ୍ଥିତ ଥିଲେ । ଶେଷରେ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଶିକ୍ଷା ବିଭାଗ ସହାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବଳ, ଗ୍ରନ୍ଥାଗାର ସହାୟିକା ସୋନାଲିକା ମହାନ୍ତି ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରେୀ ଶ୍ରୀ ରାଧେଶ୍ୟାମ ଦାଶ ଓ ଶ୍ରୀ ରଂଜିତ ମହାନ୍ତି ସହାୟତା ପ୍ରଦାନ କରିଥିଲେ ।