ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ମୌଳିକ କର୍ତବ୍ୟ ଉପରେ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର, ୨୯/୦୬/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅଦାଲତ ସଭା ଗୃହରେ ମୌଳିକ କର୍ତ୍ତବ୍ୟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରାଧିକାରଣର ସଚିବ ବି ଡି ଡି ଚଦନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ବିଭୂପ୍ରସାଦ ପଣ୍ଡା ଅଧକ୍ଷତା କରିବା ସହିତ ନିଜର ଅଭିଭାଷଣରେ ମୌଳିକ ଅଧିକାର ସହିତ କିପରି ମୌଳିକ କର୍ତ୍ତବ୍ୟ ଅଙ୍ଗାଙ୍ଗି ଭାବେ ଜଡିତ ଅଛି ସେ ଉପରେ ଆଲୋକପାତ କରିଥିଲେ।

ଜଗତସିଂହପୁର ବାର ଆସୋସିଏସନର ଅଧକ୍ଷ ଶ୍ରୀ ରବିନାରାୟଣ ସ୍ୱାଇଁ ମୌଳିକକର୍ତ୍ତବ୍ୟ ଉପରେ ପର୍ଯ୍ୟାଲୋଚନା କରିଥିଲେ। ମହିଳା ଅଦାଲତର ବିଚାରପତି ଶ୍ରୀମତୀ ପ୍ରଜ୍ଞ୍ୟାପରମିତା ମହାପାତ୍ର, ଦେୱାନୀ ଅଦାଲତ ବିଚାରପତି ସଂକେତ ସାମଲ ନିଜର ଅଭିଭାଷଣ ରଖି କହିଥିଲେଯେ, ମୌଳିକ ଅଧିକାର ସହିତ କର୍ତ୍ତବ୍ୟର ଆବଶ୍ୟକତାରହିଛି। ଅନ୍ୟମାନଙ୍କ ମଧ୍ୟରେ ଆଡହକ  ଏଡିଜେ ଶ୍ରୀ ଏସ୍ . କେ. ଏ. ଜେଡ଼ ଅହମ୍ମଦ, ଏ. ଡି. ଜେ. ପୋକସ ଶ୍ରୀମତୀ ଗାର୍ଗୀ ପଟ୍ଟନାୟକ, ବରିଷ୍ଠ ଦେୱାନୀ ଅଦାଲତ ବିଚାର ପତି ଶ୍ରୀ ରାକେଶ  ମୁଦୁଲି, ଏସ.ଡି. ଜେ. ମ. ଶ୍ରୀ ପ୍ରତ୍ୟୁଷ କୁମାର ଚାନ୍ଦ ଏବଂ ଜେ. ମ. ଏଫ.ସି. ଶ୍ରୀ ଅଙ୍କିତଦେଓଗନ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ଆଇନସେବା ପରାଧିକାରଣର ସଚିବ ବି ଡି ଡି ଚନ୍ଦନା ଧନ୍ୟବାଦ ପ୍ରଦାନ କରି ସଭା ଉଦଯାପନ କରାଯାଇଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *