ମାହାଙ୍ଗା, ୦୯/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ମାହାଙ୍ଗା ବ୍ଲକ୍ ଲଳିତଗିରି ର ନଣ୍ଡା ପାହାଡ଼ ରେ ଏକ ହେଟା ବାଘର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ ଲଳିତଗିରି ର ବିଶ୍ଵ ପ୍ରସିଦ୍ଧ ବୌଦ୍ଧ ବିହାର ନଣ୍ଡା ପାହାଡ଼ରେ ଅବସ୍ଥିତ ।ଏହି ପାହାଡର ପାଦ ଦେଶରେ ଯାଇଥିବା ରାସ୍ତାରେ ଏକ ହେଟା ବାଘ ମରି ପଡିଥିବାର ଗ୍ରାମବାସୀ ଦେଖିଥିଲେ ।
ତେବେ କିପରି ଏହାର ମୃତ୍ୟୁ ହେଲା ସେନେଇ ସଂଶୟ ସୃଷ୍ଟି ହୋଇଛି । ହେଟା ବାଘକୁ କେହି ମାରି ଦେଇ ଥାଇପାରେ ବୋଲି ଉଠିଛି ପ୍ରଶ୍ନ ।ଏହି ନଣ୍ଡା ପାହାଡ଼ରେ ଅନେକ ହେଟା ବାଘ ରହିଛନ୍ତି । ଯାହାକୁ ସୁରକ୍ଷା ଦେବାରେ ବନ ବିଭାଗ ପଦକ୍ଷେପ ନେଉନଥିବା ବେଳେ ଏହି ପାହାଡ଼ରୁ ଅନେକ ସମୟରେ ଦୃର୍ବୁତ୍ତ ମାନେ ମୂଲ୍ୟବାନ ଗଛ ମଧ୍ୟ କାଟି ନେଇଥାନ୍ତି । ବିଗତ ଦିନରେ ପାହାଡ଼ ଚତୁର୍ପାଶ୍ୱ ରେ ଥିବା ଲୁହା ବାଡ଼ କୁ ମଧ୍ୟ ଦୃର୍ବୁତ୍ତ ମାନେ ଚୋରି କରି ନେଇଥିଲେ ।
ସବୁ ପରେ ମଧ୍ୟ ଚଣ୍ଡିଖୋଲ ବନ ବିଭାଗ ଜୀବଜନ୍ତୁ,ମୂଲ୍ୟବାନ ବୃକ୍ଷ କୁ ସୁରକ୍ଷା ଦେବାରେ ଅସମର୍ଥ ।ଏହି ମୃତ ହେଟା ବାଘକୁ ଚଣ୍ଡିଖୋଲ ଫରେଷ୍ଟ ଅଫିସ୍ କୁ ନିଆଯିବ ବୋଲି ଫରେଷ୍ଟ ଗାର୍ଡ କହିଛନ୍ତି । ଏହି ବାବଦରେ ଫରେଷ୍ଟ ଅଫିସର ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
