କଟକ ସଦର, ୦୧/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ସମାଜସେବୀ ତଥା ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଙ୍କ ର ଆଜି ରବିବାର ଥିଲା ୧୬ ତମ ଵିଵାହ ବାର୍ଷିକ ର ଦିନ।

ଏଥିପାଇଁ ସଂଗଠନ ର କର୍ମକର୍ତ୍ତା ମାନେ ପ୍ରଫେସର ନାୟକ ଙ୍କର ସୁଖ ସମୃଦ୍ଧି କାମନା କରି ପରମହଂସନାଥ ଶିଵ ମନ୍ଦିର ରେ ଦୀପ ଦାନ କରିବା ସହିତ ଵେଣ୍ଟକାର ଠାରେ ଥିବା ଓଡିଶା ପତିତ ଉଦ୍ଧାର ଅନୁଷ୍ଠାନରେ ଅନ୍ତେବାସୀ ମାନଙ୍କୁ ଖାଦ୍ୟ ଓ ନୂତନ ବସ୍ତ୍ର ବଣ୍ଟନ କରି ତାଙ୍କ ଵିଵାହ ବାର୍ଷିକ କୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଥିବା ଜଣାଯାଇଛି। ଏଥିପାଇଁ ସଂଗଠନ ଓ ପ୍ରଫେସର ନାୟକ ଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି।

