ପୁରୀ,୦୮/୦୮/୨୦୨୫ (ଓଡ଼ିଶା ସମାଚାର)- ପୁରୀରେ ଆଜି ଶୁକ୍ରବାର ବୋମାମାଡ ହୋଇଛି । ମୋଚିସାହି ନିକଟ ନୂଆତୋଟାରେ ଏହି ବୋମାମାଡ ହୋଇଛି । ବାଇକ୍ରେ ଆସି ଜାଗାଘର ଉପରକୁ ୩ ଜଣ ଦୁର୍ବୃତ୍ତ ଏହି ବୋମାମାଡ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଆଜି ପୁରୀ ନୂଆ ମୋଚି ସାହି ଛକ ନିକଟରେ ଥିବା ତୋଟା ଜାଗା ଘର ଉପରେ ବୋମାମାଡ଼ ହୋଇଛି। ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ୨ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମା ମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ତଦନ୍ତ ପରେ କିଏ ଓ କାହିଁକି ବୋମାମାଡ଼ କଲା ତାହା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ବୋମାମାଡ଼ ହୋଇଥିବା ଜାଗା ଘରେ ଟାଉନ କଂଗ୍ରେସ କାର୍ଯ୍ୟାଳୟ ଚାଲିଥିବା ଜଣାପଡ଼ିଛି।
