ପୁଲିସ ଭୟରେ ବିଷ ପିଇ ବଡ ବାପା ଗୁରୁତର ହୋଇ ହସପିଟାଲ ରେ ଭର୍ତି
ଭୁବନ ୦୮/୦୬/୨୦୨୫ (ଓଡ଼ିଶା ସମାଚାର)- ଘରୋଇ କଳି କୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ , ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ବହୁ ପୁରୁଣା ଜମିଜମା ବିବାଦକୁ ନେଇ ପୁତୁରା ଉପରେ ଏସିଡ ପକାଇବା ସହ ଘରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ ବଡବାପା । ଘଟଣାରେ ପୁତୁରା ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଥିବା ବେଳେ ପୋଲିସ ଭୟରେ ବିଷପିଇ ବଡବାପା ଗୁରୁତର ହୋଇ ଢେଙ୍କାନାଳ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି ।

ରବିବାର ସକାଳୁ ଜମିଜମା ଘଟଣାକୁ ନେଇ ସ୍ଵର୍ଗତ ବାବାଜୀ ସାହୁଙ୍କ ପୁଅ ଚୈତନ୍ୟ ସାହୁ ତାଙ୍କ ସାନଭାଇ ନିତ୍ୟାନନ୍ଦ ସାହୁଙ୍କ ସାନପୁଅ ଟୁକୁନା ସାହୁ (୨୩ ) ଙ୍କୁ ପେଟ୍ରୋଲ ଏବଂ ଏସିଡ ପକାଇ ପୋଡି ମାରିଦେବାକୁ ଗୋଡ଼ାଇଥିଲେ।
ମହୁଲପାଳ ଗ୍ରାମ ସାମଲ ସାହିରେ ଜଳଖିଆ ଦୋକାନ କରିଥିବା ଚୈତନ୍ୟ ସାହୁ ଙ୍କ ଦୋକାନ କୁ ଲାଗି ଟୁକୁନା ସାହୁ ଏକ ପାନ ଦୋକାନ କରିଛନ୍ତି। ଦୀର୍ଘଦିନ ହେଲା ଉଭୟ ପରିବାର ମଧ୍ୟରେ ଜମିଜମା କଳି ରହିଛି । ଆଜି (ରବିବାର ) ସକାଳେ ଚୈତନ୍ୟ ହଠାତ୍ ବୋତଲ ରେ ଟୁକୁନା ଉପରକୁ ଏସିଡ ପକାଇ ଓ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଦେହରେ ନିଆଁ ଲାଗିବାରୁ ଟୁକୁନା ପ୍ରାଣ ବିକଳରେ ଉଲଗ୍ନ ହୋଇ ଦୌଡ଼ି ପଳାଇଥିଲେ ।
ତାଙ୍କ ବଡବାପା ପରେ ଦୋକାନ ଘର କୁ ନିଆଁ ଲଗାଇ ଦେଇଥିଲେ । ଟୁକୁନା ଙ୍କୁ ଦରମରା ଅବସ୍ଥାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ଗ୍ରାମବାସୀ ଚୈତନ୍ୟଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଏ ସଂପର୍କରେ ଚୈତନ୍ୟ ଜାଣିପାରି ଦାନାଦର ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଟୁକୁନା ଙ୍କୁ ସମ ହସ୍ପିଟାଲ ଏବଂ ଚୈତନ୍ୟଙ୍କୁ ଢେ଼ଙ୍କାନାଳ ସ୍ଥାନାନ୍ତର କରାଯାଇଛି । ପୋଲିସ ତଦନ୍ତ ଜାରି ରହିଛି।
