ରାଉରକେଲା,୧୭/୧୧/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)-କୋଏଲ ନଗର ଏ ବ୍ଲକ୍ ସ୍ଥିତ ଶ୍ରୀଜଗନ୍ନାଥ ବାବା ଆଖଣ୍ଡଳମଣି ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ କଥା ମାହାତ୍ମ୍ୟ ସମ୍ପର୍କରେ ଏକ ଦ୍ବିଦିବସୀୟ ପ୍ରବଚନ କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସୁନାମଧନ୍ୟ ପ୍ରବଚକ ଡ଼ଃ ଶରଣାବିନ୍ଦ ଓଝା ବଡ଼ଠାକୁରଙ୍କ ଲୀଳା ଖେଳା ସମ୍ପର୍କରେ ଆଲୋଚନା କରିଥିଲେ। ସେ ଉପସ୍ଥିତ ଶ୍ରୋତାଙ୍କୁ ଭକ୍ତ ବଳରାମ ଦାସ ଙ୍କ ଭକ୍ତି, ଗୁଣ୍ଡିଚା ଯାତ୍ରା କାହିଁକି?, ବଡ଼ଠାକୁରଙ୍କ ୯ ଦିନ ଗୁଣ୍ଡିଚା ମନ୍ଦିରରେ ନବରାସ, ସୁନାବେଶ, ଅଧର ପଣା, ନିଳାଦ୍ରୀ ବିଜୟ ଓ ଲକ୍ଷ୍ମୀନାରାୟଣ କଳି,ନାରୀ ଙ୍କୁ ମନେଇବା ପାଇଁ ଶ୍ରୀଜଗନ୍ନାଥ ଙ୍କ ୩ ସୂତ୍ର ଯଥା ପ୍ରତ୍ୟାଖ୍ୟାନ, କ୍ରୋଧ ଓ ଶ୍ରଦ୍ଧା ସମର୍ପଣ ତଥା ମହାପ୍ରଭୁଙ୍କ ପାଇଁ ଏ ଜାତିର ତ୍ୟାଗ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଟ୍ରଷ୍ଟର ସଭାପତି ଇଂ ଆଲୋକ ରଞ୍ଜନ ମଲ୍ଲିକ, ଡ଼ଃ ସନାତନ ପ୍ରଧାନ, ବ୍ରଜେନ୍ଦ୍ର ଦାଶ, ଅମୂଲ୍ୟ ମିଶ୍ର, ବିନୟ ମହାନ୍ତି, ରାମକୃଷ୍ଣ ତ୍ରିପାଠୀ, ଅର୍ଜୁନ ବିଶ୍ବାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଦ୍ବିଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା।
ଡ଼ଃ ଶରଣାବିନ୍ଦ ଓଝାଙ୍କ ପ୍ରବଚନରେ ବିମୁଗ୍ଧ ଶ୍ରୋତା
