କଟକ ସଦର,୦୬/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ସବୁ କଳ୍ପନା ଜଳ୍ପନା ପରେ ଗତ ସୋମବାର ଦିନ କଟକ ଜିଲ୍ଲା ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ପ୍ରଫୁଲ୍ଲ ସିଂହ ଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଛନ୍ତି । ଆଜି ବୁଧବାର ସଂଧ୍ୟାରେ ତାଙ୍କୁ ତାଙ୍କ ନିଜ ଜନ୍ମସ୍ଥାନ କଟକ ସଦର ନିର୍ବାଚନମଣ୍ଡଳୀର ପରମହଂସ ପଞ୍ଚାୟତ ପରମହଂସ ମନ୍ଦିରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରମହଂସ ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ଅନିରୁଦ୍ଧ ରାଉଳ, ପୂର୍ବତନ ସରପଂଚ ଅକ୍ଷୟ ପରିଡ଼ା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଜନୀକାନ୍ତ ସାହୁ, ପୂର୍ବତନ ଆତ୍ମା ସଭାପତି ସମର ବେହେରା, କଟକ ସଦର ର ଜଣାଶୁଣା ବିଜେଡ଼ି ସଂଗଠକ ବିଳାସ ମଲ୍ଲିକ, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ଉପସଭାପତି ଚିତ୍ତରଞ୍ଜନ ମହାପାତ୍ର, ସଂପାଦକ ଡ଼ାଃ ଦେବଦତ୍ତ ନନ୍ଦ,ଯଚିନ୍ଦ୍ର ରାଉଳ, କିଶୋର ସାହୁ, ରତିକାନ୍ତ ଜେନା, ଜଗନ୍ନାଥ ପଣ୍ଡା, ଆୟତପୁର ସରପଂଚ ରାକେଶ ବେହେରା, କନ୍ଦରପୁର ସମିତି ସଭ୍ୟ ଶାରଦା ସ୍ୱ।ଇଁ, ସୁରେଶ ସାହୁ, ତ୍ରିଲୋଚନ ସ୍ବାଇଁ, ସୁମନ୍ତ ପଣ୍ଡା, ସୂଦର୍ଶନ ଜେନା, ରତିକାନ୍ତ ଜେନା,ଯୁଗଳ କିଶୋର ନାୟକ, ସୌମେନ୍ଦ୍ର ମିତ୍ର, ନିରଞ୍ଜନ ବେହେରା, ଆଦିକନ୍ଦ ରାଉତରାୟ,ସେଖ୍ ବାବୁଲା,କ୍ଷମା ନନ୍ଦ ରାଉତ,କିଶୋର ହରି ପ୍ରମୁଖ ବହୁ ବିଜେଡ଼ି ନେତା ଓ କର୍ମୀ ସାମିଲ ହୋଇଥିଲେ।
