ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା : ଶେଷରେ ବନ୍ଧା ହେଲେ ବୋର୍ଡ ଉପସଭାପତି ନିହାର ମହାନ୍ତି।

କଟକ ସଦର, ୦୩/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଟିଇଟି ପ୍ରଶ୍ନପତ୍ର ଲିକ୍ ଭଳି ଏକ ସମ୍ବେଦନଶୀଳ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚା ର ଵିଷୟ ପାଲଟିଥିବା ବେଳେ ଶେଷରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଙ୍କୁ କ୍ରାଇମବ୍ରାଞ୍ଚ ଆଜି ରବିବାର ଗିରଫ କରିଥିବା ଜଣାଯାଇଛି। ନିହାରଙ୍କୁ ଗତକାଲି ଠାରୁ କ୍ରାଇମବ୍ରାଞ୍ଚ ଟିମ ଉଠାଇ ଆଣି ପଚରାଉଚରା କରିବା ସହିତ ତାଙ୍କ ଲାପଟପ ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିଥିଲା।

ଶନିବାର ୬ ଘଣ୍ଟା ଧରି ଜେରା ପରେ ରବିବାର କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି । ପରୀକ୍ଷା ର ଠିକ୍ ପୂର୍ବଦିନ ହିଁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ସବୁ ତଥ୍ୟ ପ୍ରମାଣକୁ ଆଧାର କରି ବୋର୍ଡ ଉପସଭାପତିଙ୍କ ଗିରଫଦାରିକୁ ନେଇ ବଡ଼ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ରହିଥିବା ଜଣାପଡ଼ିଛି । ଥରେ କି ଦୁଇ ଥର ନୁହେଁ, ପ୍ରାୟ ୨-୩ ମାସ ଭିତରେ ଉଭୟେ ୧୦୦ ଥର କଥା ହୋଇଛନ୍ତି । ଯାହାକି ଏହା ଅଭିଯୁକ୍ତ ଉପସଭାପତି ଶ୍ରୀ ମହାନ୍ତିଙ୍କ ପାଇଁ ବଳିଷ୍ଠ ପ୍ରମାଣ ବୋଲି ଡିଜି ଶ୍ରୀ ମିଶ୍ର କହିଛନ୍ତି ।

ପୂର୍ବରୁ ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରି ଜେଲ ପଠାଯାଇଥିଲା। ପ୍ରଶ୍ନପତ୍ର ଲିକ୍ ପାଇଁ ଅଢେଇ ଲକ୍ଷ ଟଙ୍କା ର ସଉଦା ହୋଇଥିଲା ବୋଲି ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣା କ୍ରାଇମବ୍ରାଞ୍ଚକୁ କହିଥିବା ଜଣାପଡିଛି। ଉପସଭାପତି ନିହାର ରଞ୍ଜନଙ୍କ ପାଖରେ  ଓଟିଇଟି ପ୍ରଶ୍ନପତ୍ର ଥିବା ଲାପଟପର ପାସ୍‌ୱାର୍ଡ ଥିଲା । ପାସୱାର୍ଡ ବ୍ୟବହାର କରି ବୋର୍ଡ ଉପସଭାପତି ଡାଟା ଡିଲିଟ୍‌ କରିବା କଥା କିନ୍ତୁ, ସେ କରିନଥିଲେ । ଜିତନ ମହାରଣାଙ୍କୁ ଲାପଟପ୍‌ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ବୋର୍ଡର ଉପସଭାପତିଙ୍କ ଲାପଟପରୁ ଡାଟା ଏଣ୍ଟ୍ରି ଅପରେଟର ଜିତେନ ମହାରଣା ଡାଟା ଚୋରି  କରିବା ପଛରେ ଅଭିଯୁକ୍ତ ବୋର୍ଡର ଉପସଭାପତିଶ୍ରୀ ମହାନ୍ତି ହିଁ ଦାୟୀ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *