ଅର୍ପଣ ରଥ ପରିକ୍ରମା : ପଂଚାୟତ ଉତ୍ସବମୁଖର

ନିଶ୍ଚିନ୍ତକୋଇଲି ୧୦/୦୧/୨୦୨୪ (ଓଡ଼ିଶା ସମାଚାର)-ନିଶ୍ଚିନ୍ତକୋଇଲି ବ୍ଲକର ଜଗନ୍ନାଥ ଅର୍ପଣ ରଥର ଦ୍ୱିତୀୟ ଦିନରେ ଦାଉଦପୁର ପଂଚାୟତର ତ୍ରିନାଥ ମନ୍ଦିରରୁ ଆରମ୍ଭ କରାଯାଇ ପଂଚାୟତ ପରିକ୍ରମା କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହିଂମାଶୁ ଶେଖର ମହାନ୍ତି ଶୁଭାରମ୍ଭ କରିଥିଲାବେଳେ ସରପଂଚ ଲଲିତେନ୍ଦୁ ବିଶୋଇ, ସମିତିସଭ୍ୟ ଆଶିଷ ମହାନ୍ତି, ପୂର୍ବତନ ସରପଞ୍ଚ ଦିବାକର ସାହୁ, ସନ୍ତୋଷ ମହାନ୍ତି, ସୁବାଷ ସାହୁ, ଶିଶିର ସାମଲ, ଲିଟୁ ସ୍ୱାଇଁ ପ୍ରମୁଖ ବହୁ ଜଗନ୍ନାଥ ପ୍ରେମୀ, ୱାର୍ଡ ସଭ୍ୟସଭ୍ୟା, ସହ ସହ ଗ୍ରାମବାସୀ ଯୋଗ ଦେଇଥିଲେ ସେହିପରି ବୁହାଳ ପଂଚାୟତର ସରପଞ୍ଚ ରମାକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଜଗନ୍ନାଥ ଅର୍ପଣ ରଥ ପଂଚାୟତର ୧୭ ଟି ୱାର୍ଡ ରେ ପରିକ୍ରମା କରିଥିଲେ ।ଏଥିରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ସମସ୍ତ ୱାର୍ଡସଭ୍ୟ ସଭ୍ୟା ଓ ମୁରବୀ ଶ୍ରେଣୀର ଲୋକ ଯୋଗଦେଇଥିଲେ । ପ୍ରତି ଘରକୁ ଘର ବୁଲି ମୁଠେ ଚାଉଳ ସଂଗ୍ରହ କରିଥିଲେ । ଜୟଜଗନ୍ନାଥ ଧ୍ୱନୀରେ ସମଗ୍ର ପଂଚାୟତ ପ୍ରକମ୍ପିତ ହୋଇଥିଲା ।

Leave a Reply

Your email address will not be published. Required fields are marked *