ବାଣପୁରରେ ଭି. କେ. ପାଣ୍ଡିଆନ – –

ବାଣପୁର,୧୦ /୦୧/୨୦୨୪ (ଓଡ଼ିଶା ସମାଚାର)-ଓଡିଶା ର ଜନସାଧାରଣ ଙ୍କ ସ୍ବପ୍ନକୁ ସାକାର କରାଇବା ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀଙ୍କର ଲକ୍ଷ ବୋଲି ବୁଧବାର ଦିନ ଏକ ବିଶାଳ ଜନ ସମାଗମରେ ବିଜେଡି ୫ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନ ପ୍ରକାଶ କରିଛନ୍ତି। ବାଣପୁରର ଆରାଧ୍ୟ ଦେବୀ ମା ଭଗବତୀଙ୍କ ମନ୍ଦିର ଉନ୍ନତି ପାଇଁ ମଞ୍ଜୁର ହୋଇଥିବା ୩୩ କୋଟୀର ପ୍ରକଳ୍ପର ସମୀକ୍ଷା ପାଇଁ ମନ୍ଦିର ରେ ପୂର୍ବାହ୍ନରେ ପହଞ୍ଚି ମା ଭଗବତୀଙ୍କୁ ଦର୍ଶନ କରିବା ସହ କାର୍ୟ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଏହାପରେ ୫ଟି ଅଧ୍ୟକ୍ଷ ପଲଟଣ ପଡିଆରେ ବିଶାଳ ଜନ ସମାଗମକୁ ସମ୍ବୋଧିତ କରିଥିଲେ।ବାଣପୁରର ମୁଖ୍ୟ ସମସ୍ୟା ଡ୍ରେନ ଓ ରାସ୍ତାଘାଟର ଉନ୍ନତି କରଣ ପାଇଁ ୨୪କୋଟୀ ମୁଖ୍ୟ ମନ୍ତ୍ରୀଙ୍କ ଅନୁମୋଦନ ଆସନ୍ତା କାଲି କରାଇବେବୋଲି ପ୍ରତିଶୃତି ଦେଇଥିଲେ।ବାଣପୁର ଗୋଦାବରୀଶ ମହାବିଦ୍ୟାଳୟକୁ ୫ଟିରେ ରୁପାନ୍ତରୀକରଣ ପାଇଁ ୨କୋଟୀ ୨୫ ଲକ୍ଷ ଟଙ୍କାର ଉନ୍ନତୀ ମୁଳକ କାର୍ୟ୍ୟ ହେଉଥିବା କହିଥିଲେ.। ସଭାରେ ଉପସ୍ଥିତ ଥିବା ପ୍ରାୟ ଦଶ ହଜାର ମହିଳାଙ୍କୁ ଉଦବୋଧନ ଦେବା ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇ ନ ଥିବା ଗ୍ରାମାଂଚଳ ର ଅବଶିଷ୍ଟ ହିତାଧିକାରୀ ଆସନ୍ତା ୧୬ ତାରିଖ ମଧ୍ୟରେ ସାମିଲ ହେବା ପାଇଁ ପରାମର୍ଶ ଦେବା ସହ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ଦିନକୁ ତିନିଥର ବସ ସେବା ଯୋଗାଇବା ସଙ୍ଗେ ସଙ୍ଗେ ପିଲାମାନେ ଓ ଶିକ୍ଷାର୍ଥୀମାନେ ମାତ୍ର ପାଞ୍ଚ ଟଂକାରେ ଯାତାୟତ କରିପାରିବେ ଏବଂ ଆସନ୍ତା ମାସ ଶେଷ ସୁଦ୍ଧା ପ୍ରତ୍ୟେକ ପଞ୍ଚାୟତରେ ଆମ ବ୍ୟାଂକ ସେବା ଯୋଗାଇ ଦିଆ ଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। ଆଜି ମିଳିଥିବା ଦରଖାସ୍ତ ମଧ୍ୟରୁ ମନ୍ଦିର,ମସଜିଦ ଚର୍ଚ୍ଚ ଓ କମୁ୍ୟନିଟି ହଲ ପାଇଁ ଆବଶ୍ୟକୀୟ ଅର୍ଥ ୧୦ ଦିନ ମଧ୍ୟରେ କରାଯିବା ସହ ଅବଶିଷ୍ଟ ଅଭିଯୋଗ ଶୀଘ୍ର କରାଯାଇ ଫଳାଫଳ ଦରଖାସ୍ତ କାରିଙ୍କୁ ଜଣାଇ ଦିଆଯିବ।ଆସନ୍ତା ମାସକ ମଧ୍ୟରେ ବିଭିନ୍ନ ଭତ୍ତା ଅଂଗନ ବାଡି କର୍ମି ସ୍ବାସ୍ଥ କର୍ମିଙ୍କୁ ଖୁସି କରିବା ପାଇ ଭତ୍ତା ବୃଦ୍ଧି କରାଯିବ। ସଭା ଆରମ୍ଭରୁ ପାଇକ ଆଖଡା ଶଂଖ ହୁଳହୁଳୀ ମଧ୍ୟରେ ଅଧ୍ୟକ୍ଷଙ୍କୁ ସ୍ବାଗତ କରାଯାଇଥିଲା।ମଞ୍ଚରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ,ବାଣପୁର ନଗର ପାଳ ମିଟୁ ନାୟକ ପ୍ରମୁଖ ଢାଲ ଖଣ୍ଡା ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲା ବେଳେ ଜିଲ୍ଲାପରିଷଦ ର ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଓ ସାଂସଦ ପ୍ରତିନିଧି ମାନସ ପ୍ରଧାନ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *