କେନ୍ଦ୍ରାପଡ଼ା,୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ରାଜନଗର ବ୍ଲକ କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ର ଭିତରକନିକା ଅଭୟାରଣ୍ୟରୁ କୁମ୍ଭୀରଙ୍କ ପ୍ରଜନନ ସମୟରେ ଖାଦ୍ୟାଭାବ ସାଙ୍ଗକୁ ଅତ୍ୟଧିକ ବର୍ଷା ଓ ବନ୍ୟା ଯୋଗୁଁ କୁମ୍ଭୀରମାନେ ଗାଁ ପୋଖରୀ ମୁହାଁ ହୋଇଛନ୍ତି । ଯାହାଫଳରେ ଗୋଟିଏ ଦିନରେ ଦୁଇଟି ଗାଁ ପୋଖରୀରୁ ବନ କର୍ମଚାରୀ କୁମ୍ଭୀର ଦୁଇଟି ଉଦ୍ଧାର କରି ନଦୀରେ ଛାଡିବାକୁ ସକ୍ଷମ ହୋଇଛନ୍ତି ।
ଏଥିପାଇଁ ବନବିଭାଗ କର୍ମଚାରୀଙ୍କ ନିଦ ହଜି ଯାଇଛି । ଭିତର କନିକାର ସହକାରୀ ବନ ସଂରକ୍ଷକ ଶ୍ରୀ ମାନସ କୁମାର ଦାସ ଜାଣିବାକୁ ପାଇଲେ ଡାଙ୍ଗମାଳର କାର୍ତିକ ବେହେରାଙ୍କ ପୋଖରୀରେ କୁମ୍ଭୀର ପସିଛି ।ଏସିଏଫ ଶ୍ରୀ ଦାସଙ୍କ ନିର୍ଦ୍ଧେଶରେ ଡାଙ୍ଗମାଳ ସେକସନ୍ ଷ୍ଟାଫଙ୍କ ଦ୍ୱାରା କାର୍ତିକ ବେହେରାଙ୍କ ପୋଖରୀରୁ ୫ ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ଉଦ୍ଧାର କରାଯାଇ ଭିତରକନିକା ଜାତୀୟ ଉଦ୍ୟାନ ସ୍ଥିତ ଭିତରକନିକା ନଦୀରେ ଛାଡ଼ି ଦିଆ ଯାଇଛି ।
ଉକ୍ତ ଉଦ୍ଧାର କାର୍ଯ୍ୟରେ ବନପାଳ ପ୍ରଶାନ୍ତ କୁମାର ସିଂ, ବନରକ୍ଷୀ କଳ୍ପତରୁ ସେଠୀ, ବନରକ୍ଷୀ ବବୁଲ୍ କୁମାର ପରିଡ଼ା, ଯଶୋବନ୍ତ ବେହେରା, ଅର୍ଜୁନ ଦଳାଇ, ସଞ୍ଜୟ ଦଳାଇ, ପ୍ରମୁଖ ସାମିଲ ହୋଇ ଥିଲେ । ହେଲେ ରାଜନଗର ରେଞ୍ଜର ଏଣ୍ଡୁଳାପୁର ଗାଁ ପୋଖରୀରୁ ବନବିଭାଗ କର୍ମଚାରୀମାନେ ଜାଲ ସାହାଯ୍ୟରେ କୁମ୍ଭୀରକୁ କାବୁ କରି ନଦୀରେ ଛାଡିଥିବା ସୂଚନା ମିଳିଛି ।
