ବିଶେଷ ବିଷ୍ନୁପଦଙ୍କ ଆଗୁଆ ଜାମିନ ଆବେଦନ ଖାରଜ admin@odiaJuly 28, 2025 କଟକ, ୨୮/୦୭/୨୦୨୫ (ଓଡ଼ିଶା ସମାଚାର)-ଆଇଏଏସ ବିଷ୍ନୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏକ ମାମଲାରେ ଆଗୁଆ ଜାମିନ ଆବେଦନ ଆବେଦନ କରିଥିଲେ ବିଷ୍ନୁପଦ। ଗତ ୧୫ ତାରିଖରେ କେସ ଡାଏରୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଶୁକ୍ରବାର ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ତେବେ ଆଗୁଆ ଜାମିନ ନମିଳିବାରୁ ଆଗକୁ ବିଷ୍ନୁପଦ ଅଡୁଆରେ ପଡି ପାରନ୍ତି। ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଆଇଏଏସ ବିଷ୍ଣୁପଦ ସେଠୀ ଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ ଟିମ୍ । ଚଢ଼ାଉକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ନୁପଦ। କିନ୍ତୁ ଗତ ମାସ ୨୦ ତାରିଖରେ ହାଇକୋର୍ଟ ବିଷ୍ନୁପଦଙ୍କ ଆବେଦନକୁ ଖାରଜ କରିଥିଲେ। ତେବେ ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଯାହା ଖାରଜ ହୋଇଛି। Share this: Share on WhatsApp (Opens in new window) WhatsApp TweetLike this:Like Loading...
ଶକ୍ତି ସଂରକ୍ଷଣ ଏବଂ ଧାରଣୀୟ ଭବନ ସଂହିତା (ଇ.ସି.ଏସ.ବି.ସି) ଉପରେ ତାଲିମ ଶିବିର ଯାଜପୁର,୧୧/୦୯/୨୦୨୫(ଓଡ଼ିଶା ସମାଚାର)-ଇ.ଆଇ.ସି (ବିଦ୍ୟୁତ)-କମ୍ – ପି.ସି.ଇ.ଆଇ(ଓ) କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା କୋଠା ସେଲ୍ ୧୧ ସେପ୍ଟେମ୍ବର ୨୦୨୫ ରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଜିଲ୍ଲା ପରିଷଦ… Share this: Share on WhatsApp (Opens in new window) WhatsApp TweetLike this:Like Loading...
ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ଯାଜପୁର, ୦୮/୧୦/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ମିଶନ ଶକ୍ତି ଭବନ, ଯାଜପୁର ଠାରେ ଜିଲ୍ଲା… Share this: Share on WhatsApp (Opens in new window) WhatsApp TweetLike this:Like Loading...
ଭୁବନ ଏନ୍ ଏ ସି ର ଦ୍ୱାଦଶ ସାଧାରଣ ବୈଠକ ଭୁବନ ୧୫/୦୯/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଦ୍ୱାଦଶ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନ ନଗରପାଳ ଶ୍ରୀମତୀ ମାନିନୀ ସାହୁ… Share this: Share on WhatsApp (Opens in new window) WhatsApp TweetLike this:Like Loading...