ଦୂର୍ଘଟଣାରେ ମୃତ ଯୁବକ ଦ୍ୱୟଙ୍କ ପରିବାରକୁ ଭେଟିଲେ ବିଧାୟକ ଚନ୍ଦ୍ର ସାରଥି ବେହେରା

କଟକ ସଦର,୧୯/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ୧୬ ତାରିଖ ଶନିବାର ରାତିରେ କନ୍ଦରପୁର-ପାରାଦୀପ ରାଜ୍ୟ ରାଜପଥର ରାମକୁମାରପୁର ଠାରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଧକ୍କାରେ ପ୍ରାଣ ହରାଇଥିବା ମାଣପୁର ପଞ୍ଚାୟତ ଵୋଦର ଗ୍ରାମର ଦୁଇ ଯୁବକ ପ୍ରଶାନ୍ତ ମଲ୍ଲିକ ଓ‌ ବିଜୟ ମଲ୍ଲିକଙ୍କ ଶୋକସନ୍ତପ୍ତ ପରିବାରକୁ ଆଜି ମଙ୍ଗଳବାର ଦିନ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଭେଟି ସାନ୍ତ୍ୱନା ଦେବା ସହିତ ସହାୟତା ପ୍ରଦାନ କରିଥିବା ଜଣାପଡିଛି। ଏଥିସହିତ ଶୁଦ୍ଧିକ୍ରିୟା ପାଇଁ ସହାୟତା ଦେଵାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ସହିତ କଟକ ସଦର ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ନିଶ୍ଚିନ୍ତକୋଇଲି ବ୍ଲକ ଵିଜେଡି ଉପସଭାପତି ତଥା ମାଣପୁର ପଞ୍ଚାୟତ ସଭାପତି ରୁସ୍ତମ ମହମ୍ମଦ, ସରପଂଚଙ୍କ ପ୍ରତିନିଧି ଅକ୍ଷୟ ସେଠୀ, ସୋମନାଥ ମହାରଣା, ପ୍ରଭାତ ବେହେରା, କିଶୋର ମଲ୍ଲିକ, ଶୁକଦେବ ମଲ୍ଲିକ, ଈଶାଣୀଵ୍ରହ୍ମପୁର ସରପଂଚ ସୁଶାନ୍ତ ସେଠୀ, ବିଜୟ ରାଉତ,ଗୋପାଳ ଚୈ।ଧୁରୀ,ୱ।ର୍ଡ ସଭ୍ୟା ଟୁଲି ମଲ୍ଲିକ, କୈ।ସର ଅଲ୍ଲୀ, ପ୍ରହରାଜପୁର ସରପଂଚ ଅବଦୁଲ ୱ।ହିଦ ଖାଁ, ସମିତି ସଭ୍ୟ ଲ୍ୟାକତ ଅଲ୍ଲୀ ଖାଁ, ସନ୍ତୋଷ ସ୍ୱ।ଇଁ, ଦେବେନ୍ଦ୍ର ପରିଡ଼ା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ଦୂର୍ଘଟଣା ଘଟାଇଥିବା ଗାଡି ମାଲିକ ଓ‌ ଡ୍ରାଇଭର ଠାରୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ କିଶନନଗର ଥାନାରେ‌ ଅଭିଯୋଗ କରାଯାଇଥିବା ଵେଳେ ବିଧାୟକ ଏହା ଉପରେ ବିଶେଷ ଧ୍ୟାନ ଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *