କେନ୍ଦ୍ରାପଡ଼ା, ୨୮/୦୭/୨୦୨୫(ଓଡ଼ିଶା ସମାଚାର)- ଜିଲାସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ଜିଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡା ପକ୍ଷରୁ ସୋମବାର ଅପରାହ୍ନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲା ମିଶନ ନିର୍ଦ୍ଧେଶକ ଡା. ମନୋରଞ୍ଜନ ରାଉତ ପୌରହିତ୍ୟ କରିଥଲେ ।
ପାଂଚ ପ୍ରକାର ହେପାଟାଇଟିସ – ଏ, ବି, ସି, ଡି ଏବଂ ଇ ଉପରେ ଉପସ୍ଥିତ ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଗୌରାଙ୍ଗ ଚରଣ ଗିରି, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶ୍ୟାମ ସୁନ୍ଦର ଟୁଡୁ, ଅତିରିକ୍ତ ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ – ଡା. ସଚ୍ଚିଦାନନ୍ଦ ମିଶ୍ର, ଏଡିଏମ ଓ ମେଡ଼ିକାଲ ଡା. ପ୍ରମୋଦ କୁମାର୍ ପ୍ରହରାଜ, ଡିପିଏମ ମନୋରଞ୍ଜନ ସାହୁ, ଏପିଡେମିଓଲୋଜିଷ୍ଟ ଡା. ଅଶୋକ କୁମାର ସାହୁ, ଆକାଉନ୍ଟସ୍ ଅଫିସର ଆଶୁତୋଷ ତ୍ରିପାଠୀ, ମାଇକ୍ରୋ ବାୟୋଲୋଜିଷ୍ଟ ବିଜେତା ନନ୍ଦ ଓ ସତ୍ୟନାରାୟଣ ସିଂହ, ଡିପିଏଚସିଓ ସତ୍ୟ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏ. ଏନ. ଏମ. ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀମାନଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା କରାଯାଇ ବିଜେତା ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଟାଟୋ କରିବା ଦ୍ୱାରା ହେପାଟାଇଟିସ ମଧ୍ୟ ବ୍ୟାପିଥାଏ । ସେଥିପାଇଁ ଯୁବ ସମାଜ ଟାଟୋ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଜନ୍ମ ସମୟରେ ହେପାଟାଇଟିସ ଟୀକା ପ୍ରଦାନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କୁ ମଧ୍ୟ ହେପାଟାଇଟିସ ଟିକା ପ୍ରଦାନ କରାଯାଉଛି ।
ସର୍ବୋପରି ସମସ୍ତେ ସଚେତନ ରହିଲେ ହେପାଟାଇଟିସକୁ ଆମେ ଦୂରେଇ ପାରିବା ବୋଲି ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପରିଚାଳକ ମମତା ଦାସ, ଶ୍ୟାମସୁନ୍ଦର ବରାଳ, ଜ୍ୟୋସ୍ନା ନାୟକ, ଜିଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡ଼ା ଓ ଏ. ଏନ. ଏମ. ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଭାରତୀ ସ୍ୱାଇଁ, ଟ୍ୟୁଟର, ସମସ୍ତ ଛାତ୍ରୀ ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ । ଡେପୁଟି ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପୁରୁଣା ମେଡିକାଲ କ୍ୟାମ୍ପସରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ବିଶ୍ୱ ହେପାଟାଇଟିସ ଦିବସ ପାଳନ ଉପରେ ଏକ ସଚେତନତା ଶୋଭାଯାତ୍ରା କରି ସ୍ଲୋଗାନ ଦେଇଥିଲେ ।
