ଉତ୍କଳ ହସ୍ପିଟାଲରରେ ବିଶ୍ଵ କିଡନୀ ଦିବସ ପାଳିତ ।

ଭୁବନେଶ୍ୱର,୧୪/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ବିଶ୍ଵ କିଡନୀ ଦିବସ । ଏହି ଅବସରରେ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସିଆଲିଟି ଉତ୍କଲ ହସ୍ପିଟାଲରେ ବିଶ୍ବ କିଡନୀ ଦିବସ ପାଳିତ ହୋଇ ଯାଇଅଛି ।ଏହି ଅବସରରେ ଓଡ଼ିଶାର ପ୍ରମୁଖ ଖବରକାଗଜ ସମାଜର ମୁଦ୍ରକ ଓ ପ୍ରକାଶକ, ସମ୍ପାଦକ ଗୋପବନ୍ଧୁଙ୍କ ସତ୍ୟବାଦୀ,ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ,ଭାରତ ଶରୀର ଓ ଅଙ୍ଗଦକ୍ଷନ ସମିତିର ଜାତୀୟ ସଭାପତି ଓ ସମାଜ ସେବୀ ଡ଼ ପ୍ରଭସ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ଉଦବୋଧନ ଦେଇଥିଲେ ଓ ପରେ ପରେ ଆୟୋଜିତ ୱାକଥନ୍ କୁ ପତାକା ଦେଖାଇ ଆରମ୍ଭ କରିଥିଲେ ।
ଏହି କାର୍ୟ୍ୟକ୍ରମରେ ଉତ୍କଳ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ର ବିଭାଗୀୟ ମୂଖ୍ୟ ଡ଼ ଲଲତ ବରୁଅ ପାତ୍ର, ଡ଼ ସ୍ମରକ ରଂଜନ ପଣ୍ଡା ଉପସ୍ଥିତ ଥିଲେ । ଶେଷରେ ମୁଖ୍ୟ ଅତିଥି ଡ଼ ଆଚାର୍ଯ୍ୟ ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *