ଯାଜପୁର, ୦୧/୧୧/୨୦୨୪ (ଓଡ଼ିଶା ସମାଚାର)-ମୋଟର ଯାନ ନିୟମ ୧୯୮୮ ଧାରା ୧୧୫ ଦ୍ବାରା ପ୍ରଦତ୍ତ ନିୟମ ଅନୁଯାୟୀ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଆସନ୍ତା କାଳୀ ପୂଜା ଉପଲକ୍ଷେ ଯାଜପୁର ଟାଉନ ରେ ଜନ ସମାଗମକୁ ଲକ୍ଷ୍ୟ କରି ସମସ୍ତ ଜନ ସାଧାରଣଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ନିର୍ଦ୍ଦେଶନାମା ଜାରୀ କରିଛନ୍ତି ଯେ, ତା ୦୧.୧୧.୨୦୨୪ ରିଖ ଠାରୁ ତା ୦୯.୧୧.୨୦୨୪ ରିଖ ଅପରାହ୍ନ ୪ ଘଟିକା ଠାରୁ ରାତ୍ର ୧ ଘଟିକା ପର୍ଯ୍ୟନ୍ତ କଟକ ସହର ଆଡୁ ଆସୁଥିବା ସମସ୍ତ ଚାରିଚକିଆ ଯାନ/ ବସ ଓ ଭାରି ଯାନ ମାନସା ପୋଲ ଦେଇ କିଆନାଳି ଛକରୁ ସିଧା ରିଙ୍ଗ ରୋଡ ରେ ଯାଇ ବଲ୍ଲଭୀ ଘାଟ, ସୁନ୍ଦରୀମୁହଁ ଦେଇ ମଙ୍ଗଳପୁର ଯିବେ। ସେହିପରି ମଙ୍ଗଳପୁର ଆଡୁ ଆସୁଥିବା ଗାଡି ଗୁଡ଼ିକ ଏହି ରୁଟ ରେ କଟକ ଯିବେ।
କଟକ ସହର ଆଡୁ ଆସୁଥିବା ସମସ୍ତ ଚାରିଚକିଆ ଯାନ/ବସ ଓ ଭାରି ଯାନ ମାନସା ପୋଲ ଦେଇ ବୈଦରାଜପୂର୍ ପୋଲ ଛକରୁ ଅଠର ନଳାରେ ବାହାରି ବିଂଝାରପୁର ଯିବେ। ସେହିପରି ବିଂଝାରପୁର ଆଡୁ ଆସୁଥିବା ଗାଡି ଗୁଡ଼ିକ ଏହି ରୁଟ ରେ କଟକ ଯିବେ। ଗାନ୍ଧୀ ଛକ ଠାରୁ ସମସ୍ତ ଚାରିଚକିଆ, ଦୁଇ ଚକିଆ ଯାନ ଅପରାହ୍ନ ୪ ଟା ଠାରୁ ଥାନା ଆଡକୁ ଯିବେ ନାହିଁ କେବଳ ଚାଲିବା ଲୋକଙ୍କୁ ଯିବା ପାଇଁ ଅନୁମତି ଦିଆଯିବ।
ଯୋଡ଼ିକୂଅ ଛକରୁ ସମସ୍ତ ଚାରିଚକିଆ ଯାନ, ଦୁଇ ଚକିଆ ଯାନ ଅପରାହ୍ନ ୪ ଟା ଠାରୁ ଗରିଆପୁର ଆଡକୁ ଛଡ଼ା ଯିବ ନାହିଁ। ଗରିଆପୁର ଛକରୁ ସମସ୍ତ ଚାରିଚକିଆ ଯାନ, ଦୁଇ ଚକିଆ ଯାନ ଅପରାହ୍ନ ୪ ଟା ଠାରୁ ଯୋଡିକୂଅ ଆଡକୁ ଛଡ଼ା ଯିବ ନାହିଁ। ବଲ୍ଲଭୀ ଘାଟ ଛକରୁ ସମସ୍ତ ଚାରିଚକିଆ ଯାନ, ଦୁଇ ଚକିଆ ଯାନ ଅପରାହ୍ନ ୪ ଟା ଠାରୁ ଗରିଆପୁର ଆଡକୁ ଛଡ଼ା ଯିବା ନାହିଁ। ମହିଳା କଲେଜ ଛକରୁ ସମସ୍ତ ଚାରିଚକିଆ ଯାନ, ଦୁଇ ଚକିଆ ଯାନ ଅପରାହ୍ନ ୪ ଟା ଠାରୁ ଗରିଆପୁର ଆଡକୁ ଛଡାଯିବ ନାହିଁ। ରେଡ୍ କ୍ରସ୍ ଛକରୁ ସମସ୍ତ ଚାରିଚକିଆ ଯାନ, ଦୁଇ ଚକିଆ ଯାନ ଅପରାହ୍ନ ୪ ଟା ଠାରୁ ମେଡିକାଲ ଛକ ଆଡ଼କୁ ଛଡ଼ା ଯିବ ନାହିଁ। ଗରିଆପୁର ୟୁ.ଜି.ଏମ ସ୍କୁଲ୍ ଛକରୁ ସମସ୍ତ ଚାରିଚକିଆ ଯାନ, ଦୁଇ ଚକିଆ ଯାନ ଅପରାହ୍ନ ୪ ଟା ଠାରୁ ଗରିଆପୁର ଆଡକୁ ଛଡାଯିବ ନାହିଁ।
କାଳିମେଘା ଛକରୁ ସମସ୍ତ ଚାରିଚକିଆ ଯାନ, ଦୁଇ ଚକିଆ ଯାନ ଅପରାହ୍ନ ୪ ଟା ଠାରୁ ଗରିଆପୁର ଆଡକୁ ଛଡାଯିବ ନାହିଁ। କୁଆଁସରପୁର ଛକରୁ ଆବଶ୍ୟକ ସ୍ଥଳେ ସମସ୍ତ ଯାନ ବାହନ ଭାଗବତପୁର, ମହାବୀର ଛକ ଦେଇ ରେଡ୍ କ୍ରସ ଛକରେ ବାହାରିବେ। ଅମ୍ବିକାଇ ଛକରୁ ସମସ୍ତ ଯାନ ବାହନ ଗରିଆପୁର ଆଡକୁ ଦିବା ୪ ଘଟିକା ଠାରୁ ଛଡ଼ା ଯିବ ନାହିଁ। ବଲ୍ଲଭୀ ଘାଟ ଛକରୁ ସମସ୍ତ ଚାରିଚକିଆ ଯାନ, ଦୁଇ ଚକିଆ ଯାନ ଅପରାହ୍ନ ୪ ଘଟିକା ଠାରୁ ବଡ଼ ବଜାର ଆଡକୁ ଛଡ଼ା ଯିବ ନାହିଁ। ଥାନା ଗଡା, ପୁରୁଣା ଦମକଳ ଗଡା, ମାର୍କେଟ ଗଡା, ହର ପାର୍ବତୀ ଗଡା, ବନସ୍ପତି ଭଣ୍ଡାର ଗଡା, ଜଗନ୍ନାଥ ମନ୍ଦିର (ବଡ଼ ବଜାର) ଗଡା, କୌଣସି ଯାନବାହନ ଦିବା ୪ ଘଟିକା ଠାରୁ ବଜାର ଭିତରକୁ ଛଡାଯିବ ନାହିଁ। ନାରାୟଣ ଛକରୁ କୌଣସି ଯାନବାହନ ଗରିଆପୁର୍ ଏବଂ ବଡ ବଜାର ରାସ୍ତାରେ ଦିବା ୪ ଘଟିକା ଠାରୁ ଛଡ଼ା ଯିବ ନାହିଁ। କାଳୀ ପୂଜା ଉପଲକ୍ଷେ ଆସୁଥିବା ଯାନବାହନ ଗୁଡିକ କୁସୁମା ଏବଂ ବାଳାଶ୍ରମ ପଡ଼ିଆରେ ପାର୍କିଂ ର ବ୍ୟବସ୍ଥା କରାଯାଇଛି।