ଜିସାର୍ଥକ ଦ୍ୱାରା ଆୟୋଜିତ ରଜ କୁଇନରେ ଦଶରଥପୁର ବ୍ଲକର ଝିଅ ସାଇ ସନ୍ତୋଷିନୀ ହେଲେ ରାଜ୍ୟ ଟପ୍ପର

ଦଶରଥପୁର, ୭/୮/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଅକରପଡା ପଞ୍ଚାୟତସ୍ତ ଆନ୍ଦୋଳା ଗ୍ରାମର ସାଇ ସନ୍ତୋଷିନୀ ଜେନା ଜିସାର୍ଥକ ପରିବାର ତରଫରୁ ଆୟୋଜିତ ରଜ କୁଇନ ପ୍ରତିଯୋଗିତାରେ ସାରା ଓଡ଼ିଶାର  ଅନ୍ୟ ପ୍ରତିଯୋଗୀ ଝିଅ ମାନଙ୍କୁ ପଛରେ ପକାଇ ଟପ୍ପର ହୋଇ  ସାରା ଓଡ଼ିଆ ତଥା  ଦଶରଥପୁର ବ୍ଲକ ପାଇଁ ଗୌରବ ଆଣିବାରେ ସଫଳ ହୋଇଛନ୍ତି । ପ୍ରକାଶଯୋଗ୍ୟ ସାଇ ସନ୍ତୋଷିନୀ ବିଜୟ କୁମାର ଜେନା ଓ ସୁଦେଶ୍ନା ଜେନାଙ୍କ ଝିଅ ହୋଇଥିବା ବେଳେ ଯାଜପୁର ସ୍ଥିତ ନୃସିଂହ ଚୌଧୁରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିସିଏ ଛାତ୍ରୀ ଅଟନ୍ତି । ସାଇଙ୍କର ଏହି ସଫଳତା  ପାଇଁ ସାଇଙ୍କୁ ଜିସାର୍ଥକ ପରିବାର ତରଫରୁ ଏକ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥବାବେଳେ ସେନକୋ ଅଳଙ୍କାର ତରଫରୁ ସୁନା ହାର ଓ କାନଫୁଲ ପ୍ରଦାନ କରାଯାଇଛି  । ୧୮ବର୍ଷୀୟା ସାଇ ସନ୍ତୋଷିନୀ  ତାଙ୍କ ବାପା ବିଜୟ, ମାତା ସୁଦେଶ୍ନା, ଜେଜେ ପୂର୍ଣଚନ୍ଦ୍ର ଜେନାଙ୍କୁ  ତାଙ୍କର ସଫଳତାର ଶ୍ରେୟ ଦେଇଛନ୍ତି । ଯାଜପୁରର ଅଧିଷ୍ଠାତ୍ରୀ ଦେବି ମା ବିରଜାଙ୍କ ଆଶୀର୍ବାଦ ତଥା ପରିବାରର ସ୍ନେହ ମମତା ଓ ସହଯୋଗ ପାଇଁ ଏହି କଠିନ ତମ ସଫଳତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରି ଛନ୍ତି  ବୋଲି ସାଇ ସନ୍ତୋଷିନୀ ତାଙ୍କ ପ୍ରତିକ୍ରିୟାରେ କହିବା ସହ ସେ ଭଗବାନ କୃଷ୍ଣଙ୍କର ପରମ ଭକ୍ତ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *