ସମାଜସେବୀ କୁଞ୍ଜବିହାରୀ ପୃଷ୍ଟିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୦୨/୦୯/୨୦୨୬ (ଓଡ଼ିଶା ସମାଚାର)- ଜିଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସମାଜସେବୀ ତଥା ପୂର୍ବତନ ପୌରଉପାଧ୍ୟକ୍ଷ ସ୍ୱର୍ଗତ କୁଞ୍ଜବିହାରୀ ପୃଷ୍ଟିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଖଡିଅଙ୍ଗସ୍ଥିତ ସିପିଆଇ(ଏମ) କାର୍ଯ୍ୟାଳୟ ସଭାଗୃହରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହମ୍ମଦ ଆକବର ଅଲ୍ଲୀ, ଧିରେନ କୁମାର ସାହୁ, ଶରତ କୁମାର ବେହୁରା, ସମ୍ପାଦକ ସୁଶିଲ ସାମଲ, ଗୋଲଖ ଚନ୍ଦ୍ର ପଢିଆରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପୃଷ୍ଟିଙ୍କ ତ୍ୟାଗପୂତ ଜୀବନୀକୁ ବିସ୍ତୃତ ଭାବେ ବର୍ଣ୍ଣନା କରି ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଶ୍ରୀବଳଦେବଜୀଉ ଦେବୋର ଟ୍ରଷ୍ଟର ସଭ୍ୟଥିବା ବେଳେ ସ୍ୱର୍ଗତ ପୃଷ୍ଟି ତୁଳସୀ ବସ ବାହାର କରିବାକୁ ନିଜ ଜମି ବନ୍ଧା ଦେଇଥିବା ବେଳେ ସାଗରିକା ସମବାୟ ସମିତିର ନିର୍ଦେଶକ ଓ ଅରବିନ୍ଦ ଇଂଟିଗ୍ରାଲ ଏଜୁକେସନ ସ୍କୁଲର ପ୍ରତିଷ୍ଠାତା ଭାବେ ବହୁ ସମାଜସେବା ମୂଳକ କାର୍ଯ୍ୟ କରିଥିଲେ ବୋଲି ବକ୍ତାମାନେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଧରଣୀଧର ସୁଆର, ଅକ୍ଷୟ କୁମାର ମହାନ୍ତି, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଶୈଳବାଳା ସାମଲ, କୁଳମଣି ନାୟକ, ଭାଗିରଥି ଜେନା, ଅବନ୍ତୀ ବେହେରା, ଜଗତଜୀବନ ଦାଶ, ହେମନ୍ତ ଜେନା, ମୀର ମୁର୍ଶିଦ, ନରୋତମ ଜେନା, ରଣଧିର ଜେନା, ମୁକ୍ତାର ଖାଁ, ଶୁଭାଂଶୁ ଦାସ, ଉପେନ୍ଦ୍ର ବେହେରା, ସନ୍ତୋଷ ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *