ଲିଗାଲ ହେୟାର , ଜେନୋଲୋଜି ବିନା ଚାଷୀ ପଞ୍ଜିକରଣ ବନ୍ଦ

୯ ଦିନରେ ମାତ୍ର ୨୨ ଜଣ ଚାଷୀ କରିଛନ୍ତି ପଞ୍ଜିକରଣ

ଭୁବନ ୨୭/୦୭/୨୦୨୫ (ଓଡ଼ିଶା ସମାଚାର)-  ଚଳିତ ବର୍ଷ ଖରିପ ଧାନ ବିକ୍ରି ପାଇଁ ଯେଉଁ ସବୁ ଆଇନ କରିଛନ୍ତି , ସେଥିପାଇଁ ଚାଷୀ ତ୍ରାହି ତ୍ରାହି ଡାକୁଛନ୍ତି । ଗତ ବର୍ଷ କ୍ଵିଣ୍ଟାଲ ପିଛା ୮ କେଜି ଧାନ କାଟି ଚାଷୀଙ୍କୁ ଶୋଷଣ କରି କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ ଦେଇ ବାହା ବା ନେଇ ନିଜ ଢୋଲ ନିଜେ ପିଟି କଥା ଦେଇ କଥା ରଖିଲେ ସରକାର ବୋଲି ପ୍ରଚାର କରୁଥିଲେ । ଚଳିତ ବର୍ଷ ଖରିଫ ଧାନ ବିକିବାକୁ ପଞ୍ଜୀକରଣରେ କଟକଣା କରି ଚାଷୀଙ୍କୁ କନ୍ଦାଉଛନ୍ତି । ଯାହାର ଜମି ବାପା, ଜେଜେ ବାପା ନାମରେ ରହିଛି,ସେମାନେ ଲିଗାଲ ହେୟାର (ଉତ୍ତରାଧିକାରୀ ପ୍ରମାଣପତ୍ର) ଦେବେ ନହେଲେ ରାଜସ୍ବ ନିରୀକ୍ଷକ ଙ୍କ ଦ୍ଵାରା ଜେନୋଲୋଜି କରାଇ ଦେବେ ବୋଲି ବାଧ୍ୟତାମୂଳକ କରାଯାଇଛି । ତା’ସହିତ ଇ-କେୱାସି ଓ ସବୁ ଖାତାଧାରୀଙ୍କ ମଞ୍ଜୁରି ନିଶ୍ଚିତ କରିବାକୁ କୁହାଯାଇଛି ।

ଧାନ ବିକିବାକୁ ପଞ୍ଜୀକରଣର ଏକାଧିକ ସମସ୍ୟା ଚାଷୀଙ୍କୁ ଏବେ ଅଡୁଆରେ ପକାଇଛି। ଜୁଲାଇ ୧୯ ତାରିଖରୁ ଖରିଫ ଧାନ ବକ୍ରି ପାଇଁ ସରକାର ଚାଷୀ ପଞ୍ଜୀକରଣ ଆରମ୍ଭ କରିଛନ୍ତି । ଜୁଲାଇ ୧୯ ରୁ ଅଗଷ୍ଟ ୨୦ ଯାଏ ପଞ୍ଜୀକରଣ ଚାଲିବ । ଚାଷୀ ସେବା ସମବାୟ ସମିତି ନହେଲେ ସ୍ବୟଂ ସହାୟକ ଗୋଷ୍ଠୀରେ ଆବଶ୍ୟକ କାଗଜପତ୍ର ଦେଇ ନାମ ପଞ୍ଜୀକରଣ କରିପାରିବେ । ଧାନ ବିକ୍ରି ସମୟରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ ନିଆଯିବ । ଆଉ ଯୁଗ୍ମ ପଟ୍ଟାଧାରୀଙ୍କ ସହମତିପତ୍ର ଅପଲୋଡ ହେବ। ମାତ୍ର ପଞ୍ଜୀକରଣରେ ସରକାରଙ୍କ ନୂଆ ନିୟମ ଏଥର ଚାଷୀଙ୍କୁ ହଇରାଣ କରୁଛି। ତଥାପି କେତେକ ଚଷୀ ଧାନ ବିକିବାକୁ ଆବେଦନ କରୁଛନ୍ତି। ଯେଉଁମାନଙ୍କ ନାମରେ ଖାତା ରହିଛି, ସେମାନଙ୍କ ପଞ୍ଜୀକରଣ କରି ଧାନ ବିକିବାରେ ଅସୁବିଧା ରହିବ ନାହିଁ। ଯେଉଁ ଖାତାରେ ଏକାଧିକ ଖାତାଧାରୀ ରହିଛନ୍ତି ଅବା ଗାଆଁ ବାହାରେ ଖାତାଧାରୀ ରହୁଛନ୍ତି ସେମାନଙ୍କ ପାଇଁ ସମସ୍ୟା ଉପୁଜୁଛି। ଖାତାଧାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହି ମଞ୍ଜୁରି ନଦେଲେ ଧାନ ବିକିବା ସହଜ ହୋଇପାରିବନି ।

ଅନ୍ୟପଟେ ପଞ୍ଜୀକରଣରେ ଏକାଧିକ ସମସ୍ୟା ଦେଖାଦେଉଛି । ଆଗରୁ ଓଟିପି କରି ଚାଷୀଙ୍କୁ ଛାଡିଦେଉଥିଲୁ। ଫାଙ୍କାରେ ବସି ସବୁ କାଗଜପ‌ତ୍ର ଅନଲାଇନ କରୁଥିଲୁ । ଏବେ ଚାଷୀ ନିଜେ ବସି ସବୁକାମ ସାରି ଯିବାକୁ ପଡୁଛି । ଯଦି କିଛି ଭୁଲ ଭଟକା ହେଲା, ଆଉ ସଂଶୋଧନ ଏଡିଟିଂ କି ଡ୍ରାଫ୍ଟ ଅପ୍ସନ୍ କରିହେଉନାହିଁ । ଏହା ବାଦ ବିନା ସ୍କାନରରେ ଅନଲାଇନ ହେଇପାରୁନି। ସୋସାଇଟି ଗୋଟିଏ ଗୋଟିଏ ସ୍କାନର । ନେଟୱାର୍କ ସିଷ୍ଟମ ବି ସ୍ଲୋ ରହୁଛି। ନିର୍ଦ୍ଦିଷ୍ଟ ସମୟରେ କାମ ସାରିବା କଷ୍ଟକର ବୋଲି ସମବାୟ ସମିତି କର୍ମଚାରୀ ମାନେ କହୁଛନ୍ତି । ମୋଟାମୋଟି ଭାବେ ଧାନ କିବିବାକୁ ଚାଷୀ ଯେତିକି ଦହଗଞ୍ଜ ହେଉଛନ୍ତି, ସମିତି କର୍ମଚାରୀ ବି ସେତିକି ସମସ୍ୟାରେ ପଡ଼ିଛନ୍ତି। ଚାଷୀ ପଞ୍ଜୀକରଣକୁ ସରଳୀକରଣ କରିବାକୁ ଦାବି ହୋଇଛି । ଭୁବନ ସମବାୟ ସମିତି ୯ ଦିନରେ ମାତ୍ର ୨୨ ଜଣ ପଞ୍ଜୀକରଣ କରିଛନ୍ତି । ଗତ ବର୍ଷ ୯୮୮ ଜଣ ଚାଷୀ ୨୫୫୦୦ କୁଇଣ୍ଟାଲ ଧାନ ବିକ୍ରି କହିଥିଲେ। ଚଳିତ ବର୍ଷ ସରକାର ଯେଉଁ ଅଜବ ନିୟମ କେତେ ଚାଷୀ ଧାନ ବିକିବେ ବୋଲି ଚିନ୍ତାରେ ପଡ଼ିଛନ୍ତି। ନିଜକୁ ଲୋକଙ୍କ ସରକାର କହୁଥିବା ବେଳେ ବାସ୍ତବରେ ଏ ସରକାର ହେଉଛି ଜୁମ୍ଲା,ଧୋକବାଜ୍ ସରକାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *