ସମାଜସେବୀ ଙ୍କ ବିୟୋଗରେ ଶୋକ

ମାହାଙ୍ଗା,୨୭/୦୭/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) -ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ ମଧୁପୁର ପଞ୍ଚାୟତ ଦୋବନ୍ଧିଆ ଗ୍ରାମର ଫଗୁ ଚରଣ ଜେନା ଙ୍କ୬୧ ବର୍ଷ ବୟସରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି । ସେ ଜଣେ ପରୋପକାରୀ ମିଷ୍ଟଭାଷୀ ମେଳାପୀ ତଥା ଧର୍ମପ୍ରାଣ ବ୍ୟକ୍ତିଭାବେ ପରିଚିତ ଥିଲେ । ଫଗୁ ଚରଣ ଦୀର୍ଘଦିନ ହେବ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡିତ

ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମ୍ ଶ୍ମସାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ପୁତ୍ର ଅମିତ କୁମାର ମୁଖାଗ୍ନି ଦେଇଥିଲେ ।

 ଫଗୁଚରଣଙ୍କ ବିୟୋଗରେ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ବାଗ, ପୂର୍ବତନ ସରପଞ୍ଚ ଅଶୋକ ବେହେରା, ନିରାକାର ମହାରଣା,ରାଜେଶ ସ୍ୱାଇଁ, କ୍ଷୀରୋଦ ରାଉତ, ସୁରେନ୍ଦ୍ର ରାଉତ,ସୁବାଶିଷ ବିଶ୍ୱାଳ, ନରେନ୍ଦ୍ର ରାଉତ, ଅନନ୍ତ ମଲ୍ଲିକ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *