ଖୋର୍ଦ୍ଧା,୧୦/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଂଜ ନିରାକାରପୁର ରାମେଶ୍ୱର ଅଂଚଳରେ ୨୩ଟିକିଆ ହାତୀପଲ ଉପଦ୍ରବ ଲୋକେ ଭୟଭୀତ। ହାତୀ ଚିତ୍ରକୂଟ ଜଂଗଲରେ ରହୁଥିବା ବେଳେ ରାତିରେ ଜଂଗଲରୁ ୨୩ଟିକିଆ ହାତୀ ପଲ ପଳାଇ ଆସି କରୁଛନ୍ତି ଉପଦ୍ରବ। ଆଜି ଭୋର ସମୟରେ ରାମେଶ୍ୱର ଗ୍ରାମପଞ୍ଚାୟତ ପଦ୍ମପୁର ଗ୍ରାମରେ ୨୩ଟିକିଆ ହାତୀପଲ ଉପଦ୍ରବ କରିଛନ୍ତି। ପଦ୍ମପୁର ଗ୍ରାମର ଜଣେ ଚାଷୀ ୪୫ବସ୍ତା ଧାନ ଅମଳ କରି ଖଳା ବାରିରେ ରଖିଥିବା ବେଳେ ହାତୀପଲ ଧାନ ଖାଇ ନଷ୍ଟ କରିଛନ୍ତି। ବର୍ଷକର ଅମଳ ଧାନ ହାତୀ ଖାଇ ଯାଇଥିବାରୁ ଚିନ୍ତାରେ ଚାଷୀ। ବର୍ଷ କର ଧାନ ହାତୀ ଖାଇ ଯାଇଥିବାରୁ କ୍ଷତିପୂରଣ ପାଇଁ ବନବିଭାଗ ନିକଟରେ ଦାବି କରିଛନ୍ତି ଚାଷୀ। ଟାଙ୍ଗୀ ବନବିଭାଗର କର୍ମଚାରୀ ହାତୀ କୁ ଘଉଡେଇବା ପାଇଁ ଉଦ୍ୟମ କରିଥିବା ବେଳେ ହାତୀ ମାନଙ୍କୁ ଜଂଗଲ ମଧ୍ୟକୁ ତଡିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ,ଯାହାକୁ ନେଇ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛି। କ୍ଷତିପୂରଣ ନମିଳିଲେ ଚାଷୀ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ସେହିପରି ଯାଜପୁର ଗ୍ରାମରେ ବିଳମ୍ବିତ ରାତିରେ ହାତୀପଲ ପଶି କଳେଇ ଗଦା ଭାଂଗି କଳେଇ ଖାଇ ଦଳି ଚକଡି କରିଛନ୍ତି ନଷ୍ଟ।