ଜଗତସିଂହପୁର ମ୍ୟୁନିସିପାଲିଟି ରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା

ଜଗତସିଂହପୁର, ୦୭/୦୧/୨୦୨ ୪ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ପୌରପରିଷଦ ଅଂଚଳରେ ରେ ଆମ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜୟ ଜଗନ୍ନାଥ ଅର୍ପଣ  ରଥ ପରିକ୍ରମା କରିଅଛି।ଏହି ଜଗନ୍ନାଥ ରଥ କୁ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଓ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ଜୟବଡ଼ ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚନା ସହିତ ଶୁଭ ଉଦଘାଟନ କରିଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର, ସଂରକ୍ଷଣ ଏବଂ ସୁରକ୍ଷା ନିମନ୍ତେ ଓ ସମଗ୍ର ଓଡ଼ିଶାର ଜନସାଧାରଣଙ୍କୁ ଏହି ମହାନ ସଂସ୍କୃତି ସହ ଜଡିତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚରେ ରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥ କୀର୍ତ୍ତନ ମଣ୍ଡଳୀ ସହ 21 ଟି ୱାର୍ଡ ପରିକ୍ରମା କରି ପ୍ରତ୍ୟେକ ଗୃହରୁ ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ। ପ୍ରତ୍ୟେକ ୱାର୍ଡ ରେ ଏହି ସଂଗୃହିତ ଅରୁଆ ଚାଉଳ ଓ ଗୁଆ ଜୟବଡ଼ ଜଗନ୍ନାଥ ମନ୍ଦିରରେ ରଖାଯିବ ଏବଂ ସେଠାରେ ଭକ୍ତ ଓ କୀର୍ତ୍ତନ ମଣ୍ଡଳୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ।  ଆଜିଠାରୁ  ପୌରାଞ୍ଚଳରେ ଆରମ୍ଭ ହୋଇ ଆଗାମୀ ଜାନୁୟାରୀ 15 ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟ ସମାପନ ହେବ।ଗତ କାଲି ଠାରୁ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଳକରେ ଏହି ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି । ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦର୍ଶନ ନିମନ୍ତେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ଭକ୍ତମାନେ ଯିବା ସମୟରେ ନିଜ ସହିତ ସଂଗୃହିତ ଅରୁଆ ଚାଉଳ ଓ ଗୁଆ ନେଇ ପୁରୀ ଶ୍ରୀମନ୍ଦିରରେ ପ୍ରଦାନ କରିବେ । ଜଗତସିଂହପୁର ସହରରେ ରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ସମୟରେ ଜୟବଡ଼ ଜଗନ୍ନାଥ ମନ୍ଦିର ର ସେବାୟତ ଶ୍ରୀ ପ୍ରେମାନଦ ପଡିହାରୀ, ନିତ୍ୟାନନ୍ଦ ପଡିହାରୀ, ଜଗତାନନ୍ଦ ପଡିହାରୀ, ସଚ୍ଚିଦାନନ୍ଦ ପଡିହାରୀ, ଜଗତସିଂହପୁର ମୁନିସିପାଲିଟି ର ପାରିଷଦ ଗଣ,ସମସ୍ତ କର୍ମଚାରୀ, ସଂକୀର୍ତ୍ତନ ମଣ୍ଡଳୀ, ସ୍ଥାନୀୟ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ସେହିପରି 17 ଜାନୁଆରୀ 2024 ଦିନ ହେବାକୁ ଥିବା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ଉତ୍ସବର ସିଧା ପ୍ରସାରଣ  ପ୍ରତ୍ୟେକ ଗ୍ରାମ ପଞ୍ଚାୟତ,ସହରାଞ୍ଚଳ ଜଗନ୍ନାଥ ମନ୍ଦିରରେ ରେ ବଡ ଏଲ୍.ଇ.ଡି. ପରଦା ମାଧ୍ୟମରେ ଜନସାଧାରଣ ଦେଖିପାରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ଏହି ସମସ୍ତ କାର୍ଯ୍ୟ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ, ଭା.ପ୍ର.ସେ.ଙ୍କ ଦିଗଦର୍ଶନ ଓ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ  ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଅଛି ।

Leave a Reply

Your email address will not be published. Required fields are marked *