ଖରାପ ଏମଆରଆଇ ମେସିନ୍ ସଜାଡ଼ିବା ପାଇଁ କଟକ ମେଡ଼ିକାଲକୁ ଖୁଚୁରା ପଇସା ଦାନ କଲେ କଂଗ୍ରେସ ନେତା

କଟକ ସଦର, ୨୫/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଶ୍ୱସ୍ତରୀୟ ଅପେକ୍ଷା ରେ ଥିବା କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଧର୍ମପତ୍ନୀ ମେସିନ୍ ଖରାପ ଥିବାରୁ ଫେରିଯାଇଥିବା ଖଵର ଜଣାପଡିବା ପରେ ଏହା ଏକ ଚର୍ଚ୍ଚା ର ଵିଷୟ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ତୁରନ୍ତ ମେସିନ୍ ସଜାଡ଼ିବା ପାଇଁ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ଏହାର ପ୍ରତିବାଦ ସ୍ୱରୁପ କିଛି ଖୁଚୁରା ଟଙ୍କା ଗାମୁଛାରେ ବାନ୍ଧି ଆଣି ଅଧିକ୍ଷକ ଡ଼ାଃ ଗୌତମ ଶତପଥୀ ଙ୍କୁ ଆଜି ଶୁକ୍ରବାର ଦିନ ଦେଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ଥରେ ଶ୍ରୀ ଚୌଧୁରୀ କଟକ ମହାନଗର ନିଗମ କାର୍ୟ୍ୟାଳୟ କୁ ଯାଇ କବାଟ ଉପହାର ଦେଇଥିବା ଚର୍ଚ୍ଚା ହୋଇଥିଲା।ଏ ସମ୍ପର୍କରେ ଅଧିକ୍ଷକ କହିଛନ୍ତି ଯେ ସିଟି ସ୍କାନ ମେସିନ୍ ଖରାପ ନାହିଁ, ମୂଖ୍ୟମନ୍ତ୍ରୀ ଙ୍କ ସ୍ତ୍ରୀ ଏମଆରଆଇ କରିକି ଯାଇଛନ୍ତି। ହେଲେ କଂଗ୍ରେସ ର ଏଭଳି ଆଚରଣ କାହିଁକି ହେଲା ମୁଁ ସେ ସମ୍ପର୍କରେ କହିପାରିବି ନାହିଁ।

Leave a Reply

Your email address will not be published. Required fields are marked *