ପୁନଃର୍ଜନ୍ମ ପାଇଲା ମୃତ ପାଇକା, ପରୀକ୍ଷାମୂଳକ ଭାବେ ମହାନଦୀରୁ ପାଣି ଛଡାଗଲା, ଉଦଘାଟନ କୁ ଅପେକ୍ଷା

କଟକ ସଦର,୨୫/୦୭/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ଵ ହେବ ମହାନଦୀର ଶାଖା ପାଇକା ନଦୀ ମୃତ ଅଵସ୍ଥାରେ ପଡିରହିଥିବା ବେଳେ ଏଵେ ତାହା ପୁନଃର୍ଜନ୍ମ ପାଇଛି। ପ୍ରକାଶ ଯେ ତତ୍କାଳୀନ ମନ୍ତ୍ରୀ ତଥା ରାଜ୍ୟର ପ୍ରଥମ ରାଜଵନ୍ଦୀ ସ୍ୱର୍ଗତ ରାଜକୃଷ୍ଣ ବୋଷ କିଶନନଗର ଅଞ୍ଚଳକୁ ଵନ୍ୟା ଦାଉରୁ ରକ୍ଷା କରିବା ପାଇଁ ଆୟତପୁର ଠାରେ ମହାନଦୀ ର ପାଇକା ମୁହାଁଣକୁ ବନ୍ଦ କରାଇଥିଲେ।ସମୟ ଵଦଳି ଵା ସାଙ୍ଗକୁ ଆବଶ୍ୟକତା ଦୃଷ୍ଟିରୁ ଏଵେ ମୃତ ପାଇକା ନଦୀ ଭିତରେ ଆୟତପୁର ଠାରୁ ଵାଙ୍କଳ ୨୭ କିମି ପର୍ଯ୍ୟନ୍ତ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଜଳ ନିଷ୍କାସନ ବିଭାଗ ପକ୍ଷରୁ ନାଳ ଖୋଳାଯାଇ  ନିର୍ମାଣ ହୋଇଥିବା ଆୟତପୁର ସୁଇସ୍ ଗେଟ୍ ବାଟେ ମହାନଦୀରୁ ଜଳ ପରୀକ୍ଷାମୂଳକ ଭାବେ ଛଡାଯାଇଛି।

ଛଡ଼ା ଯାଇଥିବା ଜଳ ତଳ ମୁଣ୍ଡରେ ପହଞ୍ଚିବାକୁ ଆହୁରି ଆଠଦିନ ଲାଗିପାରେ ବୋଲି ଅନୁମାନ କରାଯାଉଥିଲା ବେଳେ ଉପରେ ମୁଣ୍ଡରେ କେତେକ ସ୍ଥାନରେ ୱ।ଟର ଲଗିଙ୍ଗ୍ ଯୋଗୁଁ କଜ ଉୟେ ବୁଡିଯିଵା ସହିତ ବାଲି ବନ୍ଧ ସବୁ ଭୁଷୁଡି ଥିବା ଦେଖାଯାଇଛି। ଏଥିପାଇଁ ନିଷ୍କାସନ ବିଭାଗ ପକ୍ଷରୁ ନାଳ ଭିତରେ ଥିବା ଦଳ ସଫା କରାଯିବା ସହିତ ତୃଟି ବିଚ୍ୟୁତି କୁ ସଜାଡ଼ିବା କାର୍ଯ୍ୟ ଯୋରଦାର ଆରମ୍ଭ ହୋଇଛି। ତୃଟି ବିଚ୍ୟୁତି ସମ୍ପୁର୍ଣ ସଜଡ଼ା ଯିବା ପରେ ଆନୁଷ୍ଠାନିକ ଭାବେ ଉକ୍ତ ପ୍ରକଳ୍ପକୁ ଉଦଘାଟନ କରାଯିବ ବୋଲି ନିଷ୍କାସନ ବିଭାଗ ର ସହକାରୀ ଯନ୍ତ୍ରୀ ସୈ।ଭାଗ୍ୟ ବେହେରା ଙ୍କ ସୂଚନା ରୁ ଜଣାପଡିଛି। ହେଲେ ଆୟତପୁର ଠାରେ ମହାନଦୀ ରେ ଆଡ଼ିବନ୍ଧ କରାନଗଲେ ପାଇକା ପ୍ରକଳ୍ପ ଯଥା ପୂର୍ବଂ ତଥା ପରଂ ହେବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *