ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୨୪/୦୭/୨୦୨୫ (ଓଡ଼ିଶା ସମାଚାର)-  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ୧୩୮ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ପ୍ରସ୍ତାବଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ୧୧,୯୩୩ଟି ନିଯୁକ୍ତି ସୃଷ୍ଟି କରିବ।

ଯେଉଁସବୁ କ୍ଷେତ୍ରରେ ଏସବୁ ନିବେଶ ଆସିଛି ସେଗୁଡ଼ିକ ମଧ୍ୟରେ ରହିଛି ପୋଷାକ ଏବଂ ବୟନଶିଳ୍ପ, ଇସ୍ପାତ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ଖାଦ୍ୟ ଏବଂ ପାନୀୟ, ରାସାୟନିକ ପଦାର୍ଥ, ଔଷଧ, ଶକ୍ତି ଏବଂ ନବୀକରଣୀୟ ଶକ୍ତି, ଆଇଟି ଏବଂ ଆଇଟିଇଏସ୍, ପର୍ଯ୍ୟଟନ, ଏବଂ ମହାକାଶ ଏବଂ ପ୍ରତିରକ୍ଷା ।

ଏସବୁ ନିବେଶ ପ୍ରସ୍ତାବଗୁଡ଼ିକ ମଧ୍ୟରେ ସର୍ବାଧିକ ନିବେଶ  ପ୍ରସ୍ତାବ ଲୁମିନସ ପାଓ୍ବାର ଟେକନଲୋଜୀ ପକ୍ଷରୁ ଦିଆଯାଇଛି। କମ୍ପାନି ଗୋପାଳପୁରଠାରେ ସୋଲାର ସେଲ ଓ ସୋଲାର ଫଟୋ ଭୋଲଟାଇକ୍ ମଡ୍ୟୁଲ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ । ସେହòପରି ଲିଣ୍ଡେ ଇଣ୍ଡିଆ ସୁନ୍ଦରଗଡ଼ ଜିଲ୍ଲାରେ ୫୧୦ କୋଟି ଟଙ୍କା ନିବେଶରେ ଏକ ଏୟାର ସେପାରେସନ ୟୁନିଟ ସ୍ଥାପନ କରିବ । ଜଟିଆ ଷ୍ଟିଲ ପକ୍ଷରୁ ଯାଜପୁରରେ ଏକ ଷ୍ଟିଲ ଷ୍ଟ୍ରକଚର ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ । ଏଥିପାଇଁ କମ୍ପାନି ୪୫୧ କୋଟି ଟଙ୍କା ନିବେଶ କରିବ । ଅନýପକ୍ଷରେ ହିନ୍ଦୁସ୍ତାନ ଆକ୍ବା ପକ୍ଷରୁ ସୁନ୍ଦରଗଡ଼ରେ ୩୨୦ କୋଟି ଟଙ୍କା ବ୍ୟୟରେ ଏକ ବେଭରେଜ ମାନୁଫାକଚରିଂ ୟୁନିଟ୍ ସ୍ଥାପନ କରାଯିବ । ବୋନଭି ଟେକନଲୋଜୀ ଖୋର୍ଦ୍ଧା ଜିଲ୍ଲାରେ ଏକ ଡ୍ରୋନ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି । ଏଥିପାଇଁ ୩୦୦ କୋଟି ବ୍ୟୟ ହେବ ।

Leave a Reply

Your email address will not be published. Required fields are marked *